ଅଚଳ ଗୋଡ଼, ୩ ବର୍ଷ ହେବ ମିଳୁନି ବୃଦ୍ଧାଙ୍କୁ ଭତ୍ତା

କାକଟପୁରୁ ଆଦିତ୍ୟ କୁମାର ରାଉତ:  ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଆଳସାହି ପଞ୍ଚାୟତ ଅସନ ମୌଜାର ଅକର୍ମଣ୍ୟ  ବିଧବା ମହିଳା ବିଦୁଲତା ରାଉତ(୮୧)ଙ୍କୁ ୩ ବର୍ଷ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଏନେଇ ସମାଜସେବୀ ଅମୀୟ ରଞ୍ଜନ ବାରିକ ପୁରୀ ଜିଲ୍ଲାପାଳଙ୍କ ଜଣାଶୁଣାଣିରେ ଅଭିଯୋଗ କରି ଦୃଷ୍ଟିଆକର୍ଷଣ କରିଛନ୍ତି । ସେ ଜଣେ ବିଧବା ମହିଳା, ପ୍ରାୟ ୩ ବର୍ଷ ହେଲା ତାଙ୍କର  ଗୋଡ଼ ଅଚଳ ଓ ସେ ଚାଲିପାରୁନାହାନ୍ତି । ଅମୀୟ ଏ ବିଷୟରେ ପ୍ରଥମେ ତାଙ୍କ ଏକ୍ସ ଆକାଉଣ୍ଟ ଓ ଇମେଲ୍ ଜରିଆରେ ଗତ କିଛି ଦିନ ତଳେ ଘଟଣା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ  । କୌଣସି ସୁଫଳ ନମିଳିବାରୁ ସେ ନିଜେ ପୁରୀକୁ ଯାଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୁନଃ ଅଭିଯୋଗ କରିଛନ୍ତି । ଯଦି ଜଣେ ବ୍ୟକ୍ତିର ବ୍ୟାଙ୍କରେ  ଆକାଉଣ୍ଟ ନାହିଁ ତେବେ ତାଙ୍କ ନିକଟକୁ ଯାଇ ଭତ୍ତା ଟଙ୍କା ଦେବାକୁ ନିୟମ ରହିଛି । ଏଠାରେ ଜଣେ ଅକ୍ଷମ ବ୍ୟକ୍ତିକୁ ଭତ୍ତା ପ୍ରଦାନରେ କାହିଁକି ଅବହେଳା କରାଗଲା ଯାହା ଏଠାରେ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟିକରିଛି । ମେଡିକାଲ ରିପୋର୍ଟ ଅନୁସାରେ ଗତ ଜାନୁଆରୀ ୨୦୨୧ରୁ ମହିଳା ଜଣକ ପଡି ଯାଇ ଗୋଡର ଚଟୁଆ ଖସିଯିବା ଓ ବୃଦ୍ଧାବସ୍ଥାରେ ଅସ୍ତ୍ରୋପଚାର  ସମ୍ଭବ ନୁହେଁ, ତେଣୁ ସେ ଅଚଳ ଅବସ୍ଥାରେ ଘରେ ପଡିରହିଛନ୍ତି । ଏ ବିଷୟରେ ସ୍ଥାନୀୟ ପଞ୍ଚାୟତର ପ୍ରତିନିଧି କିମ୍ବା କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦୃଷ୍ଟି ଗୋଚରକୁ ନଆଣିବା ଅତ୍ୟନ୍ତ ଦୁଃଖ ପରୀତାପର ବିଷୟ ଅଟେ ବୋଲି ସମାଜସେବୀ ଅମୀୟ କୁହନ୍ତି । ତେବେ ଏହି ଘଟଣାକୁ ନେଇ ବ୍ଲକ ସାମାଜିକ ସୁରକ୍ଷା ଦାୟୀତ୍ୱରେ ଥିବା ଅଧିକାରିଣୀ ନନ୍ଦନା ନିବେଦିତାଙ୍କୁ ପଚାରିବାରେ ସେ ଭିନ୍ନ ମତ ରଖିଛନ୍ତି । ସେ କହିବା କଥା ଜଣେ ହିତାଧିକାରୀ ୩ ମାସ ଭତ୍ତା ନ ନିଅନ୍ତି ତାହା ସରକାରୀ ନିୟମ ମୁତାବକ ଆପେ ଆପେ କଟିଯାଏ । ଅନ୍ୟପକ୍ଷରେ ବିଧବା ମହିଳା ଜଣଙ୍କ ବାହାରେ ତାଙ୍କ ପାଖରେ ରହିଆସୁଥିବା ମଧ୍ୟ ସେ କହିଛନ୍ତି । ସେ ଯାହା ହେଉନା କାହିଁକି ଜଣେ ଅଚଳ ପ୍ରାୟ ଜଣେ ଅକ୍ଷମ ମହିଳାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ  ଅମୀୟ ଅନୁରୋଧ କରିଛନ୍ତି ।