ବିଜୁସେତୁ ନିର୍ମାଣର ଚାରିମାସ ନ ପୂରୁଣୁ ଛାଡ଼ିଲାଣି ପ୍ଲାଷ୍ଟର, ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ
କାକଟପୁର: କାକଟପୁର ବ୍ଲକ ଅଧିନସ୍ଥ ଟଭାଗୋଲାରଗଡ଼ ଦ୍ୱିପାଞ୍ଚଳକୁ ଯାତାୟାତ ପାଇଁ ତକôାଳୀନ ରାଜ୍ୟସରକାରଙ୍କ ସମୟରେ ବିଜୁ ସେତୁ ତିଆରି ହୋଇଥିଲା । ଏହି ସେତୁଟି ୨୦୧୪ ରେ ଆରମ୍ଭ ହୋଇ ୨୦୨୦ରେ ଶେଷ ହୋଇଥିଲା । ମାତ୍ର ଲୋକାର୍ପଣର ଚାରି ବର୍ଷ ନ ପୂରୁଣୁ ଏହାର ବାଡାରୁ ପ୍ଳାଷ୍ଟର ଖସିବା ସହିତ ବିଭିନ୍ନ ଯାଗାରେ ଫାଟ ସୃଷ୍ଟି ହୋଇଛି । ଯାହାଫଳରେ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟଭାଗୋଲାରାଗଡ଼ ଗ୍ରାମବାସୀଙ୍କ ପାଇଁ ସେତୁଟି ଲୋକାର୍ପଣ ହେବା ସମୟରେ ଅଞ୍ଚଳବାସୀ ଯେତିକି ଖୁସି ଅନୁଭବ କରିଥିଲେ ଏବେ ଏହାର ସ୍ଥାୟୀତ୍ୱକୁ ନେଇ ଗ୍ରାମର ପ୍ରତାପ ପାତ୍ର, ନାରାୟଣ ରାଉତରାୟ, ଅକ୍ଷୟ ପାତ୍ର, ଗୋପାଳ ପାତ୍ର ପ୍ରମୁଖ କ୍ଷୋଭ ପ୍ରକାଶ କରିବା ସହିତ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଏବଂ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ପୁରୀ ଏବଂ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ।