ବିପଦପୂର୍ଣ୍ଣ ଟାୱାର ପାଇଁ ଲୋକେ ଆତଙ୍କିତ

କାକଟପୁର : କାକଟପୁର ବ୍ଲକ ବାଙ୍ଗୁରିଗାଁ ମେଡିକାଲ ଛକ ନିକଟରେ ବିପଦପୂର୍ଣ୍ଣ ଅବସ୍ଥାରେ କଳଙ୍କି ହୋଇ ଏକ ଅଚଳ ମୋବାଇଲ ଟାୱାର ଠିଆ ହୋଇଛି । ଟାୱାରଟି ଏୟାରସେଲ କମ୍ପାନୀର ବୋଲି ଜଣା ପଡିଛି ।  ସୂଚନା ଅନୁଯାଇ ୨୦୦୯ ମସିହାରେ କମ୍ପାନୀ ମାଧବ ସାହୁ, ବାଙ୍ଗୁରିଗାଁଙ୍କ ନାମରେ ଏଗ୍ରୀମେଣ୍ଟ କରି ତାଙ୍କ ଯାଗାରେ ଟାୱାର ନିର୍ମାଣ କରିଥିଲା । ୨୦୨୧ମସିହାରେ ଏହାର ଅବଧି ସରିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟାୱାରଟି ଅଚଳ ଅବସ୍ଥାରେ ପଡି ରହିଅଛି । ଟାୱାରର ତଳ ଅଂଶ କଳଙ୍କି ଖାଇ ନଷ୍ଟ ହୋଇଗଲାଣି କେତେବେଳେ ତାହା ଭାଙ୍ଗି ପଡିବ ସେଥି ପାଇଁ ଲୋକେ କାଳ ବୈଶାଖୀ ସତର୍କ ସୂଚନା ପାଇ ଆତଙ୍କିତ। ଏହି ଟାୱାର ଚାରିପଟେ ଜନବସତି ଥିବାରୁ ଯଦି କେବେ ଭାଙ୍ଗି ପଡେ ଏହା ବଡ ଧରଣ ର ଦୁର୍ଘଟଣା ଘଟିବାକୁ ଯାଉଛି ବୋଲି ଲୋକେ ଆତଙ୍କିତ ହୋଇ ପଡିଛନ୍ତି,ଏହି ଅଞ୍ଚଳ ସମୁଦ୍ର ପାର୍ଶ୍ୱ ଅଞ୍ଚଳ ହୋଇ ଥିବାରୁ କଳଙ୍କି ଲାଗିବା ସାଧାରଣ କଥା, କମ୍ପାନୀ ଏଗ୍ରିମେଣ୍ଟ ସରିଯାଇଥିବାରୁ ଏହାର ରକ୍ଷଣା ବ୍ୟକ୍ଷଣା ଦୂରର କଥା, ଗତ ଫାଇଲିନି ରେ ତାର କିଛି ଅଂଶ ଭାଙ୍ଗି ଆଜି ପର୍ଯ୍ୟନ୍ତ ପଡି ରହିଛି । ବିପଦ ସଂକୁଳ ଅବସ୍ଥାରେ ଥିବା ଅଞ୍ଚଳ ଟାୱାର ଟିକୁ ଉଠାଇ ନେବା ପାଇଁ ଜମି ମାଲିକ ମାଧବ ସାହୁଙ୍କ ପୁତ୍ର ରଞ୍ଜନ ସାହୁ କମ୍ପାନୀର ଉଚ୍ଚ ଅଧିକାରୀଙ୍କୁ ବାରମ୍ବାର ନିବେଦନ କରିବା ସତ୍ୟେ କମ୍ପାନୀ କତୃପକ୍ଷ ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ବାଙ୍ଗୁରିଗାଁ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ, ଏଠାରେ ବାତ୍ୟା, କାଳ ବୈଶାଖୀର ଭୟ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଟାୱାର ଟିକୁ ଉଠାଇ ନେବାପାଇଁ ସରପଞ୍ଚ ମହୋଦୟ ଜିଟିଏଲ କର୍ତ୍ତୃପକ୍ଷଙ୍କୁ ଅଗଷ୍ଟ ମାସରେ ଚିଠି ଲେଖିଥିଲେ ମଧ୍ୟ ଅଦ୍ୟାବଧି ଉଠା ଯାଉ ନାହିଁ । ଏଣୁ ଏହି ଅଞ୍ଚଳ ଟାୱାରଟିକୁ ଉଠାଇ ନେବାପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାପାଇଁ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟ ମନ୍ତ୍ରୀ, ବିଭାଗୀୟ ଯନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଅଞ୍ଚଳ ବାସି ନିବେଦନ କରିଛନ୍ତି ।