ପୂଜା କରିବାକୁ ନେଇ ନିୟମ...

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ କେତୋଟି ନିୟମ ମାନିବାକୁ ହୋଇଥାଏ । ଯଦ୍ୱାରା ଦେବାଦେବୀଙ୍କର ଆଶିଷ ଲାଭ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଯେମିତିକି:
ଘରେ ଦେବାଦେବୀଙ୍କ ପ୍ରତିମା ସ୍ଥାପନା କରିବା ପୂର୍ବରୁ ଘରକୁ ଭଲ ଭାବରେ ସଫାସୁତୁରା କରି ଅନାବଶ୍ୟକ ଜିନିଷକୁ ଘରୁ ବାହାର କରିଦେବା ଦରକାର । କାରଣ ବେକାର ପଡ଼ିଥିବା ଜିନିଷ ଘରେ ନକାରାତ୍ମକ ଊର୍ଜା ସୃଷ୍ଟି କରିଥାଏ ।
ଦେବାଦେବୀଙ୍କର ମୂର୍ତ୍ତି ହେଉ ଅବା ଫଟୋକୁ ଘରର ପୂର୍ବ ଦିଗରେ ଏପରି ସ୍ଥାପନା କରିବେ, ଯେମିତିକି ତାଙ୍କୁ ମୁଖ ପଶ୍ଚିମ ଦିଗ ଆଡକୁ ଏବଂ ପୂଜା କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗ ଆଡକୁ ରହୁଥିବ । ଏପରି କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।
ଅନ୍ୟପକ୍ଷେ କୁହାଯାଏ, ଠାକୁର ଘରର କାନ୍ଥରେ ସିନ୍ଦୁରରେ ଓଁ ଏବଂ ସ୍ୱସ୍ତିକ ଚିହ୍ନ କରିବା ମଧ୍ୟ ଶୁଭ ଓଁ ଲକ୍ଷଣ ହୋଇଥାଏ ।
ଠାକୁର ପୂଜାରେ ତମ୍ବା କିମ୍ବା ପିତଳ ବାସନକୁସନର ବ୍ୟବହାର କରିବା ଭଲ । ଆପଣ ଚାହିଁଲେ ରୂପାର ଥାଳି ଓ ଜଳପାତ୍ରକୁ ମଧ୍ୟ ପୂଜାରେ ବ୍ୟବହାର କରିପାରିବେ ।
ତା’ଛଡ଼ା ଘରର ମୁଖ୍ୟ ଦ୍ୱାରରେ ବି ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ କରି ଆମ୍ବ ଡାଳ ବାନ୍ଧିଲେ ଘରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ ହେବା ସହ ପ୍ରଭୂକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି ।