ମହିଳାଙ୍କ ଆଙ୍ଗୁଠିରୁ ଭାଗ୍ୟ ଓ ବ୍ୟକ୍ତିତ୍ୱ ନିର୍ଣ୍ଣୟ!

ମହିଳାଙ୍କ ଆଙ୍ଗୁଠିରୁ ଭାଗ୍ୟ ଓ ବ୍ୟକ୍ତିତ୍ୱ ନିର୍ଣ୍ଣୟ!

ସାମୁଦ୍ରିକ ଶାସ୍ତ୍ରରେ ବିଶେଷ ଭାବେ ମହିଳାମାନଙ୍କ ହାତର ଆଙ୍ଗୁଠିକୁ ନେଇ ଅନେକ ତଥ୍ୟ ରହିଛି । ହାତ ଆଙ୍ଗୁଠିର ଗଠନ ଅନୁଯାୟୀ ମହିଳାଙ୍କ ବ୍ୟକ୍ତିତ୍ୱ କିଭଳି ହୋଇଥାଏ ଏବଂ ସେମାନେ ତାଙ୍କ ଜୀବନସାଥୀଙ୍କ ପାଇଁ କେତେ ସୌଭାଗ୍ୟଶାଳୀ, ତାହା ମଧ୍ୟ ଜଣାପଡ଼ିଥାଏ । ତେବେ ଆସନ୍ତୁ ଜାଣିବା, ମହିଳାଙ୍କ ହାତ ଆଙ୍ଗୁଠିର ଗଢ଼ଣକୁ ନେଇ ସମୁଦ୍ର ଶାସ୍ତ୍ର କ'ଣ ସବୁ ତଥ୍ୟ ପ୍ରଦାନ କରିଥାଏ  ।
ଯେଉଁ ମହିଳାଙ୍କ ହାତର ଆଙ୍ଗୁଠିଗୁଡ଼ିକ ଛୋଟ ହୋଇଥାଏ, ସେମାନେ ବହୁତ ଖର୍ଚ୍ଚୀ ସ୍ୱଭାବର ହୋଇଥାନ୍ତି । ଏମାନେ ବିଳାସପୂର୍ଣ୍ଣ ଜିନିଷ କିଣିବାର ସଉକ ରଖିଥାନ୍ତି । ଏଭଳି ମହିଳା ସମ୍ପର୍କକୁ ବେଶ୍ ଭଲ ଭାବେ ତୁଲାଇଥାନ୍ତି ଏବଂ ଅନ୍ୟମାନଙ୍କ ସୁଖ-ଦୁଃଖରେ ସହଭାଗୀ ହୋଇଥାନ୍ତି । 
ହାତ ଆଙ୍ଗୁଠିର ଅଗ୍ରଭାଗ ପତଳା ଓ ବାକି ଅଂଶ ଗୋଟିଏ ଭଳି ଆକାରର ଥିଲେ, ଏହି ମହିଳାମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଏଭଳି ମହିଳା ବେଶ୍ ଯନôଶୀଳ ଏବଂ ପରିବାର ଲୋକଙ୍କର ଉତ୍ତମ ଯନô ନେଇଥାନ୍ତି । ଏମାନେ ଶାଶୂଘର ପାଇଁ ବେଶ୍ ସୌଭାଗ୍ୟଶାଳୀ ହୋଇଥାନ୍ତି । 
ଯେଉଁ ମହିଳାଙ୍କ ହାତର ଆଙ୍ଗୁଠିଗୁଡ଼ିକ ଗୋଲ୍ ଓ ଲମ୍ବା, ସେମାନେ ବେଶ୍ ସୌଭାଗ୍ୟଶାଳୀ ବୋଲି କୁହାଯାଏ । ସେମାନେ ନିଜ ବ୍ୟବହାର ଦ୍ୱାରା ସମସ୍ତଙ୍କ ହୃଦୟକୁ ଜିତି ପାରନ୍ତି  । ପ୍ରତ୍ୟେକ ପରିସ୍ଥିତିରେ ସେମାନେ ସ୍ୱାମୀଙ୍କ ସହିତ ରହିଥାନ୍ତି । ବ୍ୟବସାୟ ପ୍ରତି ଏମାନଙ୍କର ବହୁତ ଆଗ୍ରହ ଥାଏ ଏବଂ ସ୍ୱାମୀଙ୍କୁ ଏକ୍ଷେତ୍ରରେ ସହଯୋଗ ମଧ୍ୟ କରିଥାନ୍ତି । 
ଆଙ୍ଗୁଠିଗୁଡ଼ିକ ଛୋଟ ଓ ପତଳା ଥିବା ମହିଳାମାନେ ବେଶ୍ କଞ୍ଜୁସ୍ ହୋଇଥାନ୍ତି । ଛୋଟ ଛୋଟ କଥାରେ ରାଗିଯିବା ହେଉଛି ଏମାନଙ୍କର ସ୍ୱଭାବ ଏବଂ ଏଥିପାଇଁ ଏମାନଙ୍କର କୌଣସି ବିଶେଷ ସାଙ୍ଗସାଥୀ ନ ଥାନ୍ତି ।

ଘର ଭିତରେ ମନ୍ଦିର ସ୍ଥାପନା କରୁଥିଲେ ...
ଦକ୍ଷିଣ ଦିଗରେ କେବେ ମଧ୍ୟ ମନ୍ଦିର ସ୍ଥାପନା କରିବା ଉଚିତ ନୁହେଁ । କୁହାଯାଏ ଯେ, ଏଭଳି କରିବା ଦ୍ୱାରା ପୂଜାର ଉପଯୁକ୍ତ ଫଳପ୍ରାପ୍ତି ହୁଏ ନାହିଁ ଏବଂ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ । ଆର୍ଥôକ ସଙ୍କଟ ମଧ୍ୟ ଦେଖାଯାଏ  ।
ଉପଯୁକ୍ତ ବିଧିବିଧାନ ଓ ପୂଜାର୍ଚ୍ଚନା ପରେ ମନ୍ଦିରକୁ ଘରର ପୂର୍ବ କିମ୍ବା ଉତ୍ତର-ପୂର୍ବ (ଈଶାନ) କୋଣରେ ସ୍ଥାପନା କରିବା ଉଚିତ । ବାସ୍ତୁ ଅନୁସାରେ ଏହି ସ୍ଥାନରେ ଦୈବୀଶକ୍ତିର ପ୍ରଭାବ ଅଧିକ ଥାଏ । ଯଦି ଏହା ସମ୍ଭବ ନ ହୁଏ, ତେବେ ପଶ୍ଚିମ ଦିଗରେ ମଧ୍ୟ ମନ୍ଦିର ସ୍ଥାପନା କରିପାରିବେ । ଏଭଳି କରିବା ଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଆର୍ଥôକ ଅଭାବ ଦୂର ହୁଏ ।