ରିଲିଜ ହେଲା ଅଲ୍ଳୁ ଅର୍ଜୁନ ଓ ରଶ୍ମିକାଙ୍କ ଲଭ୍-କେମେଷ୍ଟ୍ରି ସିନେମା ପୁଷ୍ପା-୨ର ନୂଆ ଗୀତ

ପୁଣି ଥରେ ଦର୍ଶକଙ୍କୁ ଖୁସି କରାଇବ ଅଲ୍ଳୁ ଅର୍ଜୁନ ଓ ରଶ୍ମିକାଙ୍କ ଲଭ୍-କେମେଷ୍ଟ୍ରି। ‘ପୁଷ୍ପା’ରେ ଦର୍ଶକଙ୍କର ଭର୍ପୂର ମନୋରଞ୍ଜନ କରାଇଥିବା ଏହି ଯୋଡ଼ି ପୁଣି ଥରେ ନୂଆ ମସଲା ନେଇ ହାଜର। ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା-୨ର ନୂଆ ଗୀତ ରିଲିଜ ହୋଇଯାଇଛି । ଗୀତରେ ସିନେମାର ମୁଖ୍ୟ କଳାକାର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି । ରିଲିଜ ହେବା ପରେ ଦର୍ଶକଙ୍କ ଗହଣରେ ବେଶ ଲୋକପ୍ରିୟ ସାଉଁଟିଛି ଗୀତ ଅଙ୍ଗାରୋ।
ରିଲିଜ ଅପେକ୍ଷାରେ ଥିବା ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ୨ ଦ ରୁଲର ନୂଆ ଗୀତ ରିଲିଜ ହୋଇଛି । ଏହି ରୋମାଣ୍ଟିକ୍ ଗୀତର ଶୀର୍ଷକ ରହିଛି ଅଙ୍ଗାରୋ । ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଯୋଡି ପୁଣିଥରେ ନୂଆ ରୂପରେ ଦର୍ଶକଙ୍କ ନିକଟକୁ ଫେରିଛନ୍ତି ।
ଗୀତରେ କିଛି ଟୁଇଷ୍ଟ ଦେଖିବାକୁ ମିଳିଛି । ସୁଟିଂ ସେଟର କିଛି ସିନକୁ ଏଥିରେ ସ୍ଥାନ ଦିଆଯାଇଛି । ଗୀତରେ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ । ରାକିବ ଆଲମଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ଦେବୀଶ୍ରୀ ପ୍ରସାଦ । ଅଗଷ୍ଟ ୧୫ରେ ବଡ ପରଦାରେ ୬ଟି ଭାଷା ସହ ରିଲିଜ ହେବ ପୁଷ୍ପା ୨ ଦ ରୁଲ। ସିନେମାର ପ୍ରଥମ ଭାଗ ବକ୍ସ ଅଫିସରେ ରେକର୍ଡ କରିଥିବା ବେଳେ ୨ୟ ଭାଗ ବି ସମାନ ସଫଳତା ଦୋହରାଇବ ବୋଲି ଆଶା ରଖିଛି ଟିମ ପୁଷ୍ପା।