ଅଫିସ୍ ଟେବୁଲରେ କ'ଣ ସବୁ ରଖିବେ?

କ୍ୟାରିୟର ହେଉ ବା ବିଜନେସରେ ଉନ୍ନତି କିଏ ବା ନଚାହେଁ ଓ କିନ୍ତୁ ଯଦି ବାସ୍ତୁଶାସ୍ତ୍ର ପ୍ରତି ଧ୍ୟାନ ଦିଆନଯାଏ ତ ସବୁକିଛି ବିଗିଡି ଯିବ । ଆପଣଙ୍କ ଅଫିସ୍ ଟେବଲ କିପରି ରଖୁଛନ୍ତି ଏବଂ ସେଥିରେ କ'ଣ ସବୁ ରହିଛି ତା' ଉପରେ କେବେ ଧ୍ୟାନ ଦେଇଛନ୍ତି? ଅଫିସ ଟେବଲ ଉପରେ କ'ଣ ସବୁ ରଖିବା ଉଚିତ ଏବଂ କେଉଁ ଦିଗରେ ରଖୁବା ଉଚିତ ସେ ବିଷୟରେ ଆସନ୍ତୁ ଜାଣିବା ।
କେଉଁ ଦିଗକୁ ମୁହଁ ରହିବ
ଉତ୍ତର ଦିଗକୁ ମୁହଁ କରି ବସିବା ସବୁଠୁ ଶୁଭ ବୋଲି କୁହାଯାଏ । ଅନ୍ୟପକ୍ଷରେ ପଶ୍ଚିମ ଦିଗ ମଧ୍ୟ ବାସ୍ତୁ ପାଇଁ ଶୁଭ ଦିଗ । ବ୍ୟବସାୟରେ ଉନ୍ନତି ଚାହୁଁଥିଲେ ଏହି ଦିଗକୁ ମୁହଁ କରି ବସନ୍ତୁ । ଅପ୍ରତ୍ୟାଶିତ ଉନ୍ନତି ହେବ । କିନ୍ତୁ ଦକ୍ଷିଣ ଦିଗକୁ ମୁହଁ କରି ବସିବା ବାସ୍ତୁ ଶାସ୍ତ୍ର ଅନୁସାରେ ଠିକ୍ ନୁହେଁ ।
ଟେବଲ ଉପରେ ରଖନ୍ତୁ ଏହି ଜିନିଷ
ଅଫିସ୍ ଟେବଲ ଉପରେ ସବୁଜ ବୃକ୍ଷ ବା ମନି ପ୍ଲାଣ୍ଟ ବା ବାମ୍ବୋ ପ୍ଲାଣ୍ଟ ରଖିବା ଉଚିତ । ଧ୍ୟାନ ରଖୁଥିବେ ଏହି ଗଛ ଯେପରି ଶୁଖି ନଯାଏ । ଏଥସହିତ ଆପଣ ଅଫିସ ଟେବଲ ଉପରେ ସବୁଜ ଚିତ୍ର ଅଙ୍କନ କରି ରଖନ୍ତୁ ନିଶ୍ଚିତ ଭାବେ ଶୁଭଫଳ ପାଇବେ ।
ଟେବଲ ତଳେ ଡଷ୍ଟବିନ୍ ରଖନ୍ତୁନି
ଅନେକ ଲୋକ ଅଫିସ ଟେବଲ ତଳେ ଡଷ୍ଟବିନ୍ ରଖନ୍ତି । କିନ୍ତୁ ବାସ୍ତୁ ଦୃଷ୍ଟିରୁ ଏହା ଆଦୌ ଠିକ୍ ନୁହେଁ । ଏହାଦ୍ୱାରା ନକାରାତ୍ମକତା ବୃଦ୍ଧି ଘଟିଥାଏ । ଅଫିସ ଟେବଲକୁ ସବୁବେଳେ ସଫା ସୁତୁରା ରଖନ୍ତୁ ।