ଆଜି ଆସିବେନି ରାହୁଲ

ଭୁବନେଶ୍ୱର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଛି। ଆଜି ସେ ରାୟଗଡ଼ା ଆସିବେ ନାହିଁ। ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।
ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧି। ପଞ୍ଚମ ପର୍ୟ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ ରାହୁଲ ରାୟବରେଲି ଯିବେ। ସେଠାରେ ସେ ନାମାଙ୍କନ ଭରିବେ। ଏହି କାରଣରୁ ରାହୁଲ ରାୟଗଡ଼ା ଆସିବେ ନାହିଁ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାହୁଲ ମଧ୍ୟାହ୍ନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ଆସିବାର କାର୍ୟ୍ୟକ୍ରମ ଥିଲା। ଏହାପରେ ସେ ସ୍ଥାନୀୟ ଜିଆଇଏସିଆର୍ କଲେଜ ସମ୍ମୁଖପଡିଆରେ ଆୟୋଜିତ ବିରାଟ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଥାନ୍ତେ। ରାହୁଲଙ୍କ ଗସ୍ତ ବାତିଲ ପରେ ସମସ୍ତ କାର୍ୟ୍ୟକ୍ରମକୁ ବନ୍ଦ କରିଦିଆଯାଇଥିବା ସୂଚନା ରହିଛି।