୧୧ରେ ଆସିବେ ରାହୁଲ ଓ ଖଡ଼ଗେ

 ଭୁବନେଶ୍ୱର : ଆସନ୍ତା ୧୧ରେ ରାଜଧାନୀ କମ୍ପାଇବ କଂଗ୍ରେସ  । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆସିବେ  । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି  । ଏହି ଅବସରରେ ବରମୁଣ୍ଡା ପଡ଼ିଆରେ କଂଗ୍ରେସ ପକ୍ଷରୁ ‘ସମ୍ବିଧାନ ବଞ୍ଚାଅ’ ସମାବେଶ କରାଯିବ  । ଏନେଇ ପ୍ରସ୍ତୁତି ନିମନ୍ତେ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବହୁ ବରିଷ୍ଠ ନେତା  ଉପସ୍ଥିତ ଥିଲେ  । ସୂଚନାଯୋଗ୍ୟଯେ, ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡିଶା ଆସିବେ ବୋଲି ପୂର୍ବରୁ କୁହାଯାଇଥିଲା  । କିନ୍ତୁ ଏବେ ତାହାକୁ ଜୁଲାଇ ୧୧ ବୋଲି ଧାର୍ଯ୍ୟ କରାଯାଇଛି  । ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ସମାବେଶକୁ ସଫଳ କରିବା ପାଇଁ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଯାଇଛି  ।