ରଜର ପ୍ରିୟ ଖେଳ
ଏହି ରଜପର୍ବ ପାଳନରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ଅନେକ ଖେଳରେ ମାତିଥାନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ,ଚୁଡି ପିନ୍ଧି ରଜ ଦୋଳି ଖେଳ,ପୁଚି, ଲୁଡୁପାଲି, କାଚକଉଡ଼ି ଆଦି ଖେଳି ସମୟ ଅତିବାହିତ କରିଥାନ୍ତି । ସେହିପରି ପୁଅମାନେ ଡୁଡୁ, କବାଡ଼ି ଖେଳି ରଜର ମଜା ନିଅନ୍ତି । ଆଜିକାଲି ଅନେକ ଖେଳ ପୁଅ ଝିଅମାନେ ଭୁଲିଯାଇ ପାଶ୍ଚାତ୍ୟର ଛିଟାରେ ପୁରୁଣାକୁ ଭୁଲି ନୂଆକୁ ଆଦରି ନେଲେଣି । ମାତ୍ର ରାଜ୍ୟର ଅନେକ ସ୍ଥାନରେ ରଜ ପାଇଁ ବଡ଼ ବଡ଼ ଉତ୍ସବ ମଧ୍ୟ ପାଳନ କରାଯାଉଛି । ତେଣୁ ଡିଜେ ଓ ନାଚଗୀତର ଆସର ବି ଜମୁଛି ।