ଶ୍ରୀମନ୍ଦିର ଭିତରକୁ ଗଲେ ସଦସ୍ୟ

ଭୁବନେଶ୍ୱର:  ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବ । ଆଜି ମଧ୍ୟାହ୍ନ ୧ଟା ୨୮ ମିନିଟ୍ ସମୟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ତଦାରଖ କମିଟିର ୧୧ ଜଣିଆ ଟିମ୍ ରତ୍ନଭଣ୍ଡାର ଭିତରକୁ ଯିବେ । ଏନେଇ ରତ୍ନଭଣ୍ଡାର ଯାଞ୍ଚ ଶ୍ରୀମନ୍ଦିର ଭିତରକୁ ଗଲେ ତଦାରଖ କମିଟି । କମିଟିର ସଦସ୍ୟମାନେ ବର୍ତ୍ତମାନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ତେବେ ପାରମ୍ପରିକ ପୋଷାକରେ ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ପ୍ରଥମେ ପତିତପାବନଙ୍କ ପାଖରେ ପୂଜାର୍ଚ୍ଚନ କରିବା ପରେ, ଟିମ୍ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ଖାଲି ସେତିକି ନୁହେଁ, ରତ୍ନଭଣ୍ଡାର ଭିତରକୁ ବଡ ବଡ ସିନ୍ଦୁକ ମଧ୍ୟ ପ୍ରବେଶ କରିଛି । ଏହାସହ କଟର୍ ମେସିନ୍ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛି । ତେବେ ମିଳିଥିବା ସୂଚନା ମୁତାବକ, ଆଜି କେବଳ ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି ହେବନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଆଜି କେବଳ ରତ୍ନଭଣ୍ଡାର ଖୋଲାଯିବା ସହିତ ଯାଞ୍ଚ କରାଯିବ । ତେବେ ପରବର୍ତ୍ତୀ ପର୍ୟ୍ୟାୟରେ ରତ୍ନଭଣ୍ଡାରକୁ ଷ୍ଟ୍ରଙ୍ଗରୁମକୁ ସିଫ୍ଟ କରିବା ସହ ରତ୍ନଭଣ୍ଡାରର ମରାମତି ହେବ ବୋଲି ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।