ନିର୍ବାଚନ ପାଇଁ ଆକ୍ସନ ମୋଡରେ ଓଡ଼ିଶା ଅବକାରୀ ବିଭାଗ

ନିର୍ବାଚନ ପାଇଁ ଆକ୍ସନ ମୋଡରେ ଓଡ଼ିଶା ଅବକାରୀ ବିଭାଗ

ଭୁବନେଶ୍ୱର, : ଆଗକୁ ଆସୁଥିବା ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି କେମିତି ନିଶା ମାଫିଆଙ୍କୁ ସାବାଡ଼ କରାଯାଇ ପାରିବ ସେ ନେଇ ଆକ୍ସନ ମୋଡରେ ଅବକାରୀ ବିଭାଗ । ଓଡ଼ିଶା ଅବକାରୀ ବିଭାଗର କମିଶନର ନରସିଂହ ଭୋଳ ୩ଟି ରାଜ୍ୟର ଅବକାରୀ କମିଶନରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ପଶ୍ଚିମବଙ୍ଗର ଅବକାରୀ କମିଶନର, କୌଶିକ ଭଟ୍ଟଚାର୍ଯ୍ୟ, ଛତିଶଗଡ଼ ଅବକାରୀ ସଚିବ ତଥା କମିଶନର ଆର ସଙ୍ଗୀତା ଯୋଗ ଦେଇଥିଲେ । ପଶ୍ଚିମବଙ୍ଗର ସ୍ୱତନ୍ତ୍ର ଅବକାରୀ କମିଶନର, ଯୁଗ୍ମ କମିଶନର, ନୀତି, ଏନଫୋର୍ସମେଣ୍ଟ, ସମ୍ପଲପୁର ଓ ବ୍ରହ୍ମପୁରର ଉକ ଅବକାରୀ କମିଶନର, ବସ୍ତର ଓ ମହାସମୁଦର ଉକ ଅବକାରୀ କମିଶନର ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ଏହି ଆଲୋଚନାରେ ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରିର ଅବକାରୀ ଅଧୀକ୍ଷକଙ୍କ ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଆଗାମି ଲୋକସଭା ଓ ବିଧାନସଭାର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳରେ ମିଳିତ ଚଢ଼ାଉ, ବେଆଇନ ଚାଲାଣର ମାର୍ଗ ଚିହ୍ନଟ, ଗୁଇନ୍ଦା ସୂଚନା ଆଦାନପ୍ରଦାନ, ସୀମାନ୍ତ ଜିଲ୍ଲାର ଅବକାରୀ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଏବଂ ଆନ୍ତଃରାଜ୍ୟ ସୀମାର ଉଭୟ ପାଶ୍ୱର୍ରେ ଥିବା ଚେକ୍ ପୋଷ୍ଟ ଗୁଡ଼ିକ ଉପରେ ତୀକ୍ଷ୍ମ ନଜର ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଅଧିକାରୀମାନଙ୍କୁ ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରି ଅପରାଧୀଙ୍କୁ ଧରିବା ପାଇଁ ଗୁଇନ୍ଦା ସୂଚନା ପ୍ରଦାନ କରିବା, ଯାନବାହାନ ଯାଞ୍ଚ ଏବଂ ସୀମାନ୍ତ ଅଞ୍ଚଳରେ ମିଳିତ ଉଢ଼ାଉ ଏବଂ ମଦ ଓ ନିଶା ଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ସୀମାରେ ଥିବା ଆନ୍ତଃରାଜ୍ୟ ସୀମା ଅବକାରୀ ଚେକ୍ ପୋଷ୍ଟର କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଆବଶ୍ୟକସ୍ଥଳେ ଅତିରିକ୍ତ ଚେକ୍ ପୋଷ୍ଟ ପ୍ରତିଷ୍ଠା କରାଯାଉ ବୋଲି ୩ଟି ରାଜ୍ୟର ଅବକାରୀ କମିାନର ମତ ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୀମାରେ ଓଡ଼ିଶା ପାଶ୍ୱର୍ରେ ୫ଟି ଅବକାରୀ ଚେକ୍ ପୋଷ୍ଟ କାର୍ଯ୍ୟ କରୁଛି । ସେହିପରି ପଶ୍ଚିମବଙ୍ଗ ପାଶ୍ୱର୍ରେ ୫ଟି ଚେକ୍ ପୋଷ୍ଟ କାର୍ଯ୍ୟ କରୁଛି । ଛତିଶଗଡ଼ର ୧୧ଟି ଚେକ୍ ପୋଷ୍ଟ ଥିବା ବେଳେ ଛତିଶଗଡ଼ ସୀମାନ୍ତ ଓଡ଼ିଶାରେ ୧୭ଟି ଚେକ୍ ପୋଷ୍ଟ କାର୍ଯ୍ୟ କରୁଛି । ପଶ୍ଚିମବଙ୍ଗ ଅବକାରୀ କମିଶନର କୌଶିକ ଭଟ୍ଟାଚାର୍ଯ୍ୟଙ୍କୁ ବେଆଇନ୍ ମଦ ଓ ବେଆଇନ୍ ବ୍ରାଉନସୁଗାର କାରବାରର ମାଫିଆ ମାନଙ୍କୁ ଧରିବା ପାଇଁ ଚଢ଼ାଉ କରିବାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା ଏବଂ ପଶ୍ଚିମବଙ୍ଗ ଅବକାରୀ ଅଧିକାରୀମାନେ ଓଡ଼ିଶାରେ ଚଢ଼ାଉ କରିବାକୁ ହେଲେ ସୀମାନ୍ତବର୍ତ୍ତୀ ଜିଲ୍ଲା ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଅବକାରୀ ଅଧିକାରୀମାନେ ସମାନ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।