ଭୋଟଦେଲେ ବିଧାନସଭା ପ୍ରାର୍ଥିନୀ ରୀତା ସାହୁ

ଭୋଟଦେଲେ  ବିଧାନସଭା ପ୍ରାର୍ଥିନୀ  ରୀତା ସାହୁ

ବରପାଲି: ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି ଲାଗିଛ। ଏହି କ୍ରମରେ ଚଳିତ ନିର୍ବାଚନରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ତଥା ବିଜେଡିର ବିଜେପୁର ବିଧାନସଭା ପ୍ରାର୍ଥିନୀ ରୀତା ସାହୁ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ବରପାଲିସ୍ଥିତ ସମଲେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବୁଥ୍‌ ନମ୍ବର -୨୧ରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।

୫ ଲୋକସଭା ଆସନ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଆରମ୍ଭ ହୋଇଛି। ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୯.୮୬% ଭୋଟିଂ ହୋଇଛି। ବଲାଙ୍ଗିରରେ ସର୍ବନିମ୍ନ ୪.୯୬% ମତଦାନ ହୋଇଛି।
ରାଜ୍ୟରେ ଆଜି ଦ୍ୱିତୀୟ ପର୍ୟ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ବୁଥ ମାନଙ୍କରେ ଲାଗିଛି ଗହଳି। ଆଜି ୫ ଲୋକସଭା ଆସନ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟିଂ ଚାଲିଛି। ଏହି ୫ ସଂସଦୀୟ କ୍ଷେତ୍ରରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୦ଲକ୍ଷ ୩୩ ହଜାର ୯୯୨ ପୁରୁଷ, ୩୯ ଲକ୍ଷ ୩୫ ହଜାର ୪୪ ମହିଳା ଭୋଟର ଏବଂ ୮୫୧ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ସେହିପରି ୨ ଲକ୍ଷ ୧୩ ହଜାର ୧୨୯ ଜଣ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ବେଳେ ୧୬ ଲକ୍ଷ ୯୮ ହଜାର ୫୧୬ ଜଣ ଯୁବ ତଥା ୨୦ରୁ ୨୯ ବର୍ଷ ବୟସର ଭୋଟର ଅଛନ୍ତି। ଏହି ପର୍ୟ୍ୟାୟରେ ଭୋଟ ପାଇଁ ୯ ହଜାର ୧୪୮ ମତଦାନ କେନ୍ଦ୍ର ରହିଛି। ଏଥିମଧ୍ୟରୁ ୧ ହଜାର ୯୦ଟି ସହରାଞ୍ଚଳ ଏବଂ ୮ ହଜାର ୫୮ଟି ଗ୍ରାମାଞ୍ଚଳରେ ରହିଛି। ୧ହଜାର ୪୧ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ଓ ୨୫ଟି ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ। ୧ହଜାର ୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ତେବେ ଏହି ପର୍ୟ୍ୟାୟରେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି।