ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ: ଲୁଟେରା ଗିରଫ

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିବା ଚୋର ଧରାପଡିଛି । ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଥିବା ଲୁଟେରାକୁ କମିଶନରେଟ ପୋଲିସ ଟିମ ଧରିଥିବା ସୂଚନା ମିଳିଛି । ଲୁଟେରାକୁ ଗିରଫ କରାଯାଇଥିବା ବେଳେ ଚୋରି ଜିନିଷ ଜବତ ଚାଲିଛି ।
ବିଶାଖାପଟାଣାରୁ ଲୁଟେରାକୁ କାବୁ କରିଛି ପୋଲିସ। ଲୁଟାରର ନାଁ ସ୍ପାଇଡର ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ପାଇଡର ବିଶାଖାପାଟଣା ରେ ରୁହେ। ସ୍ପାଇଡର ପାଖରୁ ସୁନା ଗହଣା, ହୀରା , ଓ ଟଙ୍କା ଜବତ କରିଛି ପୋଲିସ । ଅନ୍ୟପକ୍ଷେ ୨୦୨୩ ମସିହାରେ ନୟାପଲ୍ଲୀ ଅଂଚଳରେ ଜଣେ ବ୍ୟବସାୟୀଙ୍କ ଘରେ ପ୍ରାୟେ ୨ କୋଟି ଟଙ୍କାର ସୁନା ଗହଣା ଲୁଟ ଘଟଣାରେ ମଧ୍ୟ ସ୍ପାଇଡର ସାମିଲ ଥିଲା ବୋଲି ସୂଚନା ରହିଛି ।
ଗିରଫ ଲୁଟେରା ନିରଞ୍ଜନଙ୍କ ଘର ପୂର୍ବରୁ ଆଉ ଜଣେ କୋଟିପତିଙ୍କ ଘରେ ମଧ୍ୟ କଳାକନା ବୁଲାଇଥିବା ପୋଲିସ ଜାଣିବାକୁ ପାଇଛି ।
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆଇଆରସି ଭିଲେଜରେ ଥିବା ଘର ଓ ନୟାପଲ୍ଲୀସ୍ଥିତ ଘରୁ ଦୁଇ ଥର ଚୋରି ଉଦ୍ୟମ ହୋଇଥିଲା । ଘରେ ଚୋର ପଶିଥିବା ସିସି ଟିଭିରେ ହୋଇଛି କଏଦ୍ ହୋଇଥିଲା । ନଗଦ ଟଙ୍କା ସହ ସମସ୍ତ ସୁନା ଅଳଙ୍କାର ଲୁଟ୍ କରି ଝରକା ବାଟ ଦେଇ ଲୁଟେରା ହୋଇଥିଲା ଫେରାର ।