ମକର ସଂକ୍ରାନ୍ତିରେ ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ 

ମକର ସଂକ୍ରାନ୍ତିରେ ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ 

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଆଜି ଭଳି ପବିତ୍ର ଦିନରେ ଉପାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ । ବଡୁ ଓ ସୁଆର ନିଯୋଗ ବିବାଦ ଯୋଗୁଁ ଉପାସରେ ଲିଙ୍ଗରାଜ । 

   ସୂଚନା ମୁତାବକ, ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ଲାଗିରହିଛି ବିବାଦ । କ୍ଷୀର ଆଉଟା ନୀତି କିଏ କରିବ ତାକୁ ନେଇ ଲାଭିଛି ଟଣାଓଟରା । ନୀତି ବିଭ୍ରାଟ ନେଇ ମନ୍ଦିର ପ୍ରଶାସନକୁ ଦାୟୀ କଲେ ବଢୁ ନିଯୋଗ । ଗତ ବର୍ଷରୁ ବିବାଦ ହୋଇଥିବା ବେଳେ କୌଣସି ପଦକ୍ଷେପ ନ ନେଇଥିବାରୁ ବିବାଦ ସୃଷ୍ଟି ହୋଇଛି । ଡିସେମ୍ବର ୨୦୨୫ରେ ଜିଲ୍ଲାପାଳ ବ୍ରାହ୍ମାଣ ନିଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିବା ବେଳା ଏହାକୁ ବଢୁ ନିଯୋଗ କୋର୍ଟରେ ଦ୍ୱାରସ୍ଥ ହେଲେ । ବର୍ତ୍ତମାନ ଫେବୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ରହିତାଦେଶ ରହିଛି । ଏମଧ୍ୟରେ ଆଜି ଆଉ ଘହୃ କମ୍ବଳ ନୀତି ହେବ ନାହିଁ । ତେବେ ଆସନ୍ତା କାଲିଠାରୁ ନୀତି ସ୍ୱାଭାବିକ ହେବ । ଆଜି କିନ୍ତୁ ଦିନ ସାରା ନୀତି ବନ୍ଦ ରହିବ ବୋଲି କହିଛନ୍ତି ଉଭୟ ନିଯୋଗ । ଲିଙ୍ଗରାଜ ମନ୍ଦିରରେ ପୂର୍ବରୁ ଏମିତି ଅନେକ ବିବାଦ ଯୋଗୁଁ ଅନେକ ନୀତି ବନ୍ଦ ରହିଛି ।