ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରେ ସର୍ବସାଧାରଣ କ୍ଲବ

kednujhar news

ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରେ ସର୍ବସାଧାରଣ କ୍ଲବ

ହରିଚନ୍ଦନପୁର, ୨୧ ଅକ୍ଟୋବର(ହି.ସ.)- କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ବଳିପର୍ବତ ଠାରେ ଥିବା ଏକ ଘରୋଇ କ୍ଲବକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି  । ସୂଚନା ମୁତାବକ, ବର୍ଷ ବର୍ଷ ଧରି ଜଣେ ବିଜେଡିର ଆଗଧାଡିର ନେତା ଘରୋଇ କ୍ଲବଟିକୁ ନିଜ କବଜାରେ ରଖିଛନ୍ତି  । କ୍ଲବ ମାଧ୍ୟମରେ ଦଳୀୟ ସ୍ୱାର୍ଥ ସହିତ ନିଜର ସ୍ୱାର୍ଥ ହାସଲ ପାଇଁ କ୍ଲବକୁ ନିଜ ଅକ୍ତିଆରରେ ରଖିଛନ୍ତି  । ତେବେ ଏନେଇ ସଦସ୍ୟମାନେ ଦିର୍ଘ ଦିନରୁ ଅସନ୍ତୋଷ ରହିଥିବା ବେଳେ ଗତ କିଛିଦିନ ପୂର୍ବେ କେତେଜଣ କର୍ମକର୍ତା ନିଜ ପଦବିରୁ ଇସ୍ତଫା ଦେଇଥିଲେ  । ଫଳରେ କେତେକ ପଦବୀ ପାଇଁ ନୂତନ କର୍ମକର୍ତା ଚୟନ ପାଇଁ ଗତ ୨୦ ତାରିଖ ଦିନ ସର୍ବସାଧାରଣ ସଦସ୍ୟ ମିଶି ଏକ ବୈଠକ ବସିଥିଲେ  । ଉକ୍ତ ବୈଠକରେ ସମସ୍ତ ସଦସ୍ୟଙ୍କ ସମ୍ମତି କ୍ରମେ ଭୋଟିଂ ମାଧ୍ୟମରେ କର୍ମକର୍ତା ଚୟନ ପ୍ରସ୍ତାବ ଗୃହୀତ ହୋଇଥିଲା  । ଏବଂ ନିୟମ ମୁତାବକ ଭୋଟ ଗ୍ରହଣ ନକରି ଏକତରଫା ବା ଅନିୟମିତତା ଭାବେ ଭୋଟିଂ କରି ପୁଣିଥରେ ଉକ୍ତ ବ୍ୟକ୍ତି ସେହି ପଦବୀକୁ କବଜା କରିଥିବା ନେଇ ଅଭିଯୋଗ ହେଉଛି  । କ୍ଲବର ଏକ ତୃତୀୟାଂଶ ସଦସ୍ୟ ଅନିୟମିତତାକୁ ଘୋର ବିରୋଧ କରିବା ସହ ଏନେଇ ଦୈତାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ  । ଥାନା ଅଧିକାରୀ ସମସ୍ତ ନିୟମକୁ କାର୍ଯ୍ୟକାରୀ କରି ସ୍ୱଚ୍ଛତାର ସହ ପୋଲିସ ଉପସ୍ଥିତିରେ ନୂତନ କର୍ମକର୍ତା ଚୟନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ  । ସୋମବାର ଦୈତାରୀ ଥାନା ଅଧିକାରୀ ସମସ୍ତ ସଦସ୍ୟମାନଙ୍କୁ ନେଇ ବୁଝାମଣା ମାଧ୍ୟମରେ ସମାଧାନ କରିବା ପାଇଁ ସୂଚନା ଦେଇଛନ୍ତି  ।