ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଆଭାସୀ ପ୍ରସ୍ତୁତି ବୈଠକ

khurda news

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଆଭାସୀ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା : ସୋମବାର ଅପରାହ୍ନରେ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଆଭାସୀ ଯୋଗେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପାଣି ଟ୍ୟାଙ୍କର ସହ ପାଣି ବୋତଲ ମହଜୁଦ ରଖିବାକୁ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ପରାମର୍ଶ ଦେଇଥିଲେ  । ସେହିପରି ଓଆରଏସ, ଔଷଧ ଓ ଆମ୍ବୁଲାନ୍ସ ମହଜୁଦ ଜୁଦ ରଖିବାକୁ / ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମା ଏବଂ ଶିଶୁ ଶିଶୁମାନଙ୍କ ପ୍ରତି ଯନ୍ତ୍ରଶୀଳ ହୋଇ ସେମାନଙ୍କର ଖାଦ୍ୟ ମହଜୁଦ ରଖିବାକୁ ଏବଂ ସେମାନଙ୍କ ବ୍ୟବସ୍ଥା କରିବାକୁ ଜିଲା ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏପରିକି ଚାଷ ଜମିରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ କୃଷି ବିଭାଗକୁ ଡ୍ରୋନ କ୍ୟାମେରାରେ ଫଟୋ ଉଠାଇ କ୍ଷୟକ୍ଷତିର ରିପୋର୍ଟ ଦେବା ।ସେହିପରି ବିଦ୍ୟୁତ ବିଭାଗକୁ ଏବଂ ଟେଲିକମ୍‌ ବିଭାଗକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି  । ଅନୁରୂପ ଭାବେ ଅଗ୍ନିଶମ ବିଭାଗ ସେମାନଙ୍କ ଯନ୍ତ୍ରପାତି ମହବୃ ହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଓଡ୍ରାଫ୍‌ ଟିମ ବୋଟ ମହଜୁଦ ରଖି ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାଣୀମାନଙ୍କ ଚିକିତ୍ସା ନିମନ୍ତେ ପଶୁସମ୍ପଦ ବିଭାଗ ଔଷଧ ମହଜୁଦ ରଖୁବାକୁ ନିର୍ଦ୍ଦେଶ ଦିଆଯାଇଛି  । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ମେଡିଆ ଏବଂ ଜିଲ୍ଲା ସଂସ୍କୃତି ଅଧୂକାରୀଙ୍କୁ ସୋସିଆଲ ମେଡିଆ ଏବଂ ଡେପୁଟି କଲେକ୍ଟର (ଜରୁରୀ) ବିଭାଗଙ୍କ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମ୍ଭାବ୍ୟ ବାତ୍ୟାର ପରିସ୍ଥିତି ଦେଖୂ ସ୍କୁଲ ବନ୍ଦ ରଖୁବାକୁ ଜିଲ୍ଲା ଶିକ୍ଷା ଅଧୂକାରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି  । ତେଣୁ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗ ଆଗକୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଉପଦେଶ ଦେଇଛନ୍ତି । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ତହସିଲଦାର, ବିଦ୍ୟୁତ ବିଭାଗ, ଟେଲିକମ ବିଭାଗ, କୃଷି ବିଭାଗ, ୱାଟକୋ, ଆରଡବ୍ଲ୍ୟୁଏସଏସ, ପୋଲିସ, ବନ ବିଭାଗ, ଲୋକସମ୍ପର୍କ, ଅଗ୍ନିଶମ ଏବଂ ଯୋଗାଣ ବିଭାଗ ଅଧିକାରୀ ଡେପୁଟି କଲେକ୍ଟର (ଜରୁରୀକାଳୀନ)ସିଡିଏମ୍‌ ସମସ୍ତ ବିଭାଗ ଆଗୁଆ ତତ୍ପର ରହି ବାତ୍ୟାକୁ ମୁକାବିଲା କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ  ।