ଶଙ୍ଖ ଭବନ ପାଇଁ ବିଜେଡ଼ି ହାରିଲା

sankhabhavan

ଶଙ୍ଖ ଭବନ ପାଇଁ ବିଜେଡ଼ି ହାରିଲା

ଭୁବନେଶ୍ୱର : ବିଜେଡ଼ିର ହାରିବା ନେଇ ବରିଷ୍ଠ ନେତା ଦେବାଶିଷ ନାୟକ ଏକ ଭିନ୍ନ ଧରଣର ମନ୍ତବ୍ୟ ଦେଇଛନ୍ତି  । ଶଙ୍ଖ ଭବନ ପାଇଁ ବିଜେଡ଼ି ହାରିଲା ବୋଲି ସେ କହିଛନ୍ତି  । ଦେବାଶିଷ କହିଥିଲେଯେ, ଯେଉଁସ୍ଥାନରେ ଶଙ୍ଖ ଭବନ ହୋଇଛି ସେଠାରେ ବିଜେଡ଼ିର ପାର୍ଟି ଅଫିସ୍‌ ଥିଲା  । ଅପରିଷ୍କାର ହୋଇ ରହିଥିଲା  । ଏହାର ରିନୋଭେସନ ପାଇଁ ସେ ନବୀନ ପଟ୍ଟନାୟକଙ୍କୁ କହିଥିଲେ  । ନବୀନ ବାବୁ କହିଥିଲେଯେ, କିଛି ଦରକାର ନାହିଁ  । ଏ ଘରଟା ମୋ ପାଇଁ ଲକି  । କିନ୍ତୁ ଯେଉଁଦିନ ସେହି ପାର୍ଟି ଅଫିସ୍‌ ଭଙ୍ଗା ହେଲା ସେଦିନ କିଛି ନା କିଛି ଘଟିବ ବୋଲି ମୁଁ ଭାବିଥିଲି  । ଶଙ୍ଖ ଭବନରେ ଶହ ଶହ କୋଟି ଖର୍ଚ୍ଚ କରାଗଲା  । ତାହା ଏବେ ବିଜେଡ଼ି ପାଇଁ ଅନଲକି ହୋଇଗଲା ବୋଲି ଦେବାଶିଷ କହିଛନ୍ତି  ।

ବିଜେଡ଼ି ଓ ନବୀନଙ୍କର ପୋଲ୍‌ ଖୋଲି ଦେଇଛନ୍ତି ଦେବାଶିଷ ନାୟକ  । ଏକ ସାକ୍ଷାତକାରରେ ଦେବାଶିଷ ଦେଇଥିବା ବିସ୍ଫୋରକ ମନ୍ତବ୍ୟ ଏବେ ବିଜେଡ଼ିରେ ଆଲୋଡ଼ନ ସୃଷ୍ଟିକରିଛି  । ନବୀନ ଟ୍ରାପରେ ପଡ଼ିଯାଇଥିଲେ  । ତାଙ୍କୁ ତାଲା ପକାଇ ରଖାଯାଇଥିଲା  । ନ୍ୟୁନ କରି ଦେଖାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା  । ପାଣ୍ଡିଆନ୍‌ ଓ ବବି ଏଜେନ୍ସୀ ବିଜେଡ଼ିକୁ ବୁଡ଼ାଇ ଦେଇଥିଲେ  । ଯାହାଙ୍କ ବାପା ନବୀନଙ୍କୁ ଗାଳି ଦେଉଥିଲେ, ତାଙ୍କ ପୁଅ ମାମଲତି କଲେ  । ୨୦୧୨ରେ ଜଣେ ବ୍ୟକ୍ତିଙ୍କ ପାଖରେ ୧୫୦ କୋଟିର ଦଳୀୟ ପାଣ୍ଠି ଥିଲା  । ଏମିତି ଅନେକ ଗୁମର ଫିଟାଇଛନ୍ତି ଦେବାଶିଷ  ।

ଦେବାଶିଷ କହିଛନ୍ତିଯେ, ଜୟଲଳିତା ସିଣ୍ଡ୍ରୋମ ଭଳି ନବୀନଙ୍କୁ ତାଲା ପକାଇ ରଖାଯାଇଥିଲା  । ତାଙ୍କୁ କେବଳ ନନ୍ଦିଘୋଷ ଟିଭି ହିଁ ଦେଖା ଯାଉଥିଲା  । ଅନ୍ୟ ଟିଭି କି ଚ୍ୟାନେଲ ତାଙ୍କୁ ଦେଖାଇ ଦିଆଯାଉନଥିଲା  । କାଳେ କିଏ କଣ କହିଦେବେ ବୋଲି ତାଙ୍କୁ କାହା ସହ ମିଶିବାର ସୁଯୋଗ ଦିଆଯାଉନଥିଲା  । ଏକଦା ଅଶୋକ ଦାସ ନବୀନ ପଟ୍ଟନାୟକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ  । ନବୀନ ବାବୁ ଏକଥା ଭଲଭାବେ ଜାଣିଛନ୍ତି  । ହେଲେ ନବୀନ ବାବୁଙ୍କର କ’ଣ ହେଲା କେଜାଣି ସେମାନଙ୍କୁ ହିଁ ସବୁ ପ୍ରକାର ସୁଯୋଗ ଦେଲେ  ।