ଶିବରାତ୍ରୀରେ ଏସବୁ କରନ୍ତୁ ଦାନ , ହୋଇଯିବେ ଧନୀ 

ଶିବରାତ୍ରୀରେ ଏସବୁ କରନ୍ତୁ ଦାନ , ହୋଇଯିବେ ଧନୀ 


ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ପ୍ରତିବର୍ଷ ଫାଲ୍‌ଗୁନ ମାସର କୃଷ୍ଣ ପକ୍ଷ ଚତୁର୍‌ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳିତ ହୁଏ । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ ଓ ଉପବାସ ରଖାଯାଏ । ଏହା ଦ୍ୱାରା ଜୀବନରେ ସୁଖ ଆସିଥାଏ । ତେବେ ଆପଣ ଜାଣନ୍ତି କି ଏହି ଦିନରେ ଦାନର ମଧ୍ୟ ବହୁତ ଗୁରୁତ୍ୱ ରହିଛି । ମହାଶିବରାତ୍ରି ଦିନ କିଛି ଜିନିଷ ଦାନ କରିବା ଦ୍ୱାରା ଭଗବାନ ଶିବ ବହୁତ ଖୁସି ହୋଇଥାନ୍ତି  । ଭକ୍ତଙ୍କୁ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ । ଏହି ଦିନ ଦାନ କରିବା ଦ୍ୱାରା ଘରେ ଖାଦ୍ୟ ଏବଂ ଟଙ୍କାର ଅଭାବ ହୁଏ ନାହିଁ । 
 ମହାଶିବରାତ୍ରିରେ ଗରିବ ଏବଂ ଅସହାୟ ଲୋକଙ୍କୁ ପୋଷାକ ଦାନ କରିବା ଉଚିତ । ବିଶ୍ୱାସ ଅନୁସାରେ ଏହି ଦିନ ପୋଷାକ ଦାନ କଲେ ଆର୍ଥିକ ସ୍ଥିତିରେ ଉନ୍ନତି ହୁଏ । ଘରକୁ ଧନ ଆସିଥାଏ ।
ମହାଶିବରାତ୍ରିରେ ଭଗବାନ ଶିବଙ୍କୁ ଜଳାଭିଷେକ କରାଯାଏ । ଏହି ଦିନ ଜଳ ଅର୍ପଣ କରିବା ଦ୍ୱାରା ପୁଣ୍ୟ ମିଳିଥାଏ । 
ମହାଶିବରାତ୍ରି ଦିନ ଗାଈ କ୍ଷୀରରୁ ତିଆରି ଘିଅ ଦାନ କରିବା ଉଚିତ । ଏହା ଘରୁ ଦାରିଦ୍ର୍ୟ ଦୂର କରେ ବୋଲି ବିଶ୍ୱାସ କରାଯାଏ । 
ମହାଶିବରାତ୍ରି ଦିନ କଞ୍ଚା ଗାଈ କ୍ଷୀର ଦାନ କରିବା ଉଚିତ । ଏହି ଦିନ କଞ୍ଚା କ୍ଷୀର ଦାନ କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ ଓ ରାଶିର କୁଣ୍ଡଳୀରେ ଚନ୍ଦ୍ର ମଧ୍ୟ ଶକ୍ତିଶାଳୀ ହୋଇଥାନ୍ତି ।