ରୁପା ପାତ୍ରର ମହତ୍ତ୍ୱ
silver utensils
ଅନ୍ୟ ଧାତୁ ଅପେକ୍ଷା ରୁପା ସବୁଠୁ ଶୁଦ୍ଧ ଓ ପବିତ୍ର ବୋଲି କୁହାଯାଏ । ଏହି କାରଣରୁ ପୂଜା-ପାଠରେ ରୁପାର ବିଶେଷ ଉପଯୋଗ କରାଯାଇଥାଏ ।
ମନ୍ଦିରରେ ରୁପା ବାସନ ଦାନ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୁପାର ସମ୍ପର୍କ ଚନ୍ଦ୍ର ବା ଶୁକ୍ର ସହିତ ରହିଛି । ଯଦି ଆପଣଙ୍କ ଘରେ ରୁପା ପାତ୍ର ରହିଛି ତେବେ ଏହା ଖୁବ୍ ଶୁଭ ବୋଲି ଶାସ୍ତ୍ରରେ କୁହାଯାଏ ।
ରୁପା ପାତ୍ରରେ ଭୋଜନ: ରୁପା ବାସନ ଗ୍ରହ ତଥା ଜାତକ ଦୋଷ ଦୂର କରେ । ରୂପା ପାତ୍ରରେ ଖାଦ୍ୟ ଖାଇଲେ ଏହା ଶୁଭ ଫଳଦାୟକ । ଏଥିପାଇଁ ଛୋଟ ପିଲାଙ୍କୁ ପ୍ରାୟ ରୁପା ତାଟିଆରେ ଖାଦ୍ୟ ଖୁଆଇଥାନ୍ତି ।
ଠାକୁର ପୂଜାରେ ରୁପା ବାସନ : ଠାକୁରଙ୍କୁ ରୁପା ବାସନରେ ଭୋଗ ଲଗାନ୍ତୁ । ରୁପା ଦୀପ, ଘଣ୍ଟି ଓ କଳସ ବ୍ୟବହାର କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ଘଟେ ବୋଲି ବିଶ୍ୱାସ ରହିଛି ।