ଖରାଦିନେ ଘରକୁ ଏମତି ଭାବେ ରଖନ୍ତୁ ଥଣ୍ଡା

ବେଳକୁ ବେଳ ବଢିଚାଲିଛି ତାପମାତ୍ରା। ଏମିତିରେ ଘରେ ରହିବା କଷ୍ଟକର ହୋଇପଡୁଛି। ପ୍ରାୟ ଲୋକ ଏଥିଲାଗି ଘରେ ଏସି ଲଗାଉଛନ୍ତି; ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ ଘରେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରନ୍ତୁ ଯାହାର ଭଲ ଉପାୟ ହେଲା ବୃକ୍ଷ ଲଗାଇବା। ଏହାଦ୍ୱାରା ଗରମରୁ ମୁକ୍ତି ମିଳିପାରିବ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ସ୍ନେକ ପ୍ଲାଣ୍ଟ:  ଏହା ଏକ ପ୍ରକାର ଗଛ। ଅନ୍ୟ ଗଛ ଭଳି ସ୍ନେକ ପ୍ଲାଣ୍ଟ ରାତିରେ ଅକ୍ସିଜେନ ଛାଡ଼ିଥାଏ ଓ ତାପମାତ୍ରାକୁ କମାଇଥାଏ। କେବଳ ଏହା ନୁହେଁ, ଏହି ଗଛ ନାଇଟ୍ରୋଜେନ ଅକ୍ସାଇଡ,ଟ୍ରାଇକ୍ଲୋର ଏଥିଲିନ,ଟୋଲ୍ୟୁନି ଆଦି ଗ୍ୟାସକୁ ଶୋଷିଥାଏ ବାୟୁକୁ ଶୁଦ୍ଧ କରିଥାଏ।

ଫିଚୁସ ଟ୍ରି : ଏହା ବିପିଂ ଫିଗ ନାମରେ ଜଣାଶୁଣା। ଏହା ରୁମର ବାୟୁକୁ ସଫା କରିଥାଏ। ଗରମକୁ ଶୋଷିନେଇଥାଏ। ଏହାର ଦେଖାଶୁଣା କରିବା ବହୁତ ସହଜ ହୋଇଥାଏ। ଏହା କମ ଆଲୋକ ଏବଂ କମ ପାଣିରେ ମଧ୍ୟ ବଞ୍ଚିପାରେ।

ବେବି ରବର ପ୍ଲାଣ୍ଟ: ଯେତେବେଳେ ଏହି ପ୍ଲାଣ୍ଟର କଥା ଆସେ ଯାହା ରୁମକୁ ଥଣ୍ଡା ରଖେ ଓ ବାୟକୁ ପ୍ରଦୂଷଣ ମୁକ୍ତ କରିଥାଏ। ଏଥିରେ ପ୍ରତିଦିନ ପାଣି ଦେବା ଆବଶ୍ୟକ ହୁଏ ନାହିଁ। ଏହାକୁ ଭଲ ମାଟି ଓ ଫିଲ୍ଟର୍ଡ ଲାଇଟର ଆବଶ୍ୟକ ହୋଇଥାଏ।

ଫର୍ନ: ବୈଜ୍ଞାନିକଙ୍କ ମତରେ ଫର୍ନ ବାୟୁମଣ୍ଡଳକୁ ଓଦାଳିଆ ରଖିବାରେ ସାହାଯ୍ୟକରେ। ଘରର ବାୟୁକୁ ସଫା ରଖିବା ସହ ଗରମକୁ କମ କରିଥାଏ। ଏହାକୁ ଆପଣ ନିଜ ବାଲକୋନୀରେ ରଖନ୍ତୁ। ଏହା ବହୁତ ଭଲ ଦେଖାଯାଇଥାଏ।

ଗୋଲଡେନ ପୋଥାସ: ଆପଣ ଏହାକୁ ସିଲଭର କିମ୍ବା ଡେଭିଲ୍ସ ଏବି କୁହାଯାଏ। ଏହାର ଘଞ୍ଚ ପତ୍ର ଆପଣଙ୍କ ରୁମର ଶୋଭା ବଢ଼ାଇଥାଏ। ଏହା ବାୟୁମଣ୍ଡଳର ଦୂଷିତ ବାୟୁକୁ ଶୁଦ୍ଧ କରିଥାଏ। ଘରକୁ ଥଣ୍ଡା ରଖିଥାଏ।