ଧନ ଆକର୍ଷିତ କରେ ଜେଡ୍‌ ପ୍ଲାଣ୍ଟ

Z Plant

ଧନ ଆକର୍ଷିତ କରେ ଜେଡ୍‌ ପ୍ଲାଣ୍ଟ

ବାସ୍ତୁ ଶାସ୍ତ୍ରରେ ଅନେକ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଘରେ ଲଗାଇବା ଦ୍ୱାରା ଧନ ବୃଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ । ଧନ ଆକର୍ଷିତ କରୁଥିବା ଗଛ ଭିତରେ ମନି ପ୍ଲାଣ୍ଟ, ବାମ୍ବୋ ଟ୍ରି ରହିଥିବା ବେଳେ ଆଉ ଏକ ଗଛ ଅଛି ଯାହାକୁ ଜେଡ୍‌ ପ୍ଲାଣ୍ଟ କୁହାଯାଏ । ଏହାକୁ ଘରେ ରଖିବା ଦ୍ୱାରା ସୁଖ -ସମୃଦ୍ଧି ବୃଦ୍ଧି ହେବା ସହିତ ଧନ ଆସିବାର ମାର୍ଗ ଉନ୍ମୁକ୍ତ କରିଥାଏ ।

କେଉଁ ଦିଗରେ ଜେଡ୍‌ ପ୍ଲାଣ୍ଟ ରଖିବା ଉଚିତ

ଜ୍ୟୋତିଷଙ୍କ ଅନୁସାରେ ଏହାକୁ ପୂର୍ବ କିମ୍ବା ଐଶାନ୍ୟ କୋଣରେ ରଖିବା ଶୁଭ । ଏହାଦ୍ୱାରା ଘରେ କେବେ ଆର୍ôଥକ ସମସ୍ୟା ଲାଗି ରହିବ ନାହିଁ ।
ଏହି ଗଛକୁ ଘରର ପ୍ରବେଶ ଦ୍ୱାରରେ ରଖିବା ଶୁଭ । ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

ଜେଡ୍‌ ପ୍ଲାଣ୍ଟକୁ ବାଥରୁମ୍‌ ପାଖ କିମ୍ବା ବେଡରୁମରେ ଆଦୌ ରଖନ୍ତୁ ନାହିଁ । ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇ ନାନା ସମସ୍ୟା ସୃଷ୍ଟି କରିଥାଏ ।

ଅଫିସ କିମ୍ବା ଘରେ ରଖୁଥିଲେ ଏହାକୁ ଦକ୍ଷିଣ-ପୂର୍ବ କୋଣରେ ରଖିବା ଅତ୍ୟନ୍ତ ଶୁଭ । ଏଥିସହିତ ଆର୍ôଥକ ସମସ୍ୟା ଦୂର ହୁଏ । ଧନ ଆଗମନର ମାର୍ଗ ଖୋଲିଯାଏ ।

ଏହି ପ୍ଲାଣ୍ଟକୁ ଆପଣ ପିଲାଙ୍କ ଷ୍ଟଡି ଟେବଲ ଉପରେ ରଖିପାରିବେ । ଏହାକୁ ପଶ୍ଚିମ ଦିଗରେ ରଖିବା ଭଲ ହେବ ।

ପାରିବାରିକ ସମ୍ପର୍କ ମଧୁର ହେବା ସହିତ ଦୀର୍ଘାୟୁ କରିଥାଏ । ଘରେ କୌଣସି ସଦସ୍ୟ ରୋଗରେ ପଡିଥିଲେ ଏହି ପ୍ଲାଣ୍ଟ ରୋଗୀଙ୍କ ପାଖରେ ରଖିବା ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ ହୁଏ ।