ସିନ୍ଧୁ ସଭ୍ୟତା ବିନାଶର କାରଣ ଜଳବାୟୁ ପରିବର୍ତ୍ତନ


ାା ଏଜେନ୍ସି ।ା ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଆସିବାକୁ ଥିବା ବିପଦ ଉପରେ ଆମେ କଥା ହେଉଛେ, କିନ୍ତୁ ଏହାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରୁନେ । ଜଳବାୟୁ ପରିବର୍ତ୍ତନ କେବଳ ଆଜିର ସମାସ୍ୟା ନୁହେଁ, ସଭ୍ୟତାର ଆରମ୍ଭର ଏହା ରହି ଆସିଛି । ଏଥିଯୋଗୁଁ ବହୁ ପ୍ରାଚୀନ ସଭ୍ୟତା ଧ୍ୱଂସ ହୋଇଯାଇଛି । ଯଦି ଏବେଠୁ ଆମେମାନେ ଏହା ଉପରେ ଗୁରୁତ୍ୱ ନଦେବା ତାହାଲେ ବିଶ୍ୱରୁ ବହୁ ସଭ୍ୟତା ବିନାଶ ହେବା ସହ ଅତୀତ ହୋଇଯିବ । ଏହାରି ଭିତରେ ଏକ ନୂଆ ରିପୋର୍ଟରେ ଦାବି କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ହିଁ ମହାନ ସିନ୍ଧୁ ସଭ୍ୟତାର ବିନାଶ କରିଥିଲା । ସିନ୍ଧୁ ସଭ୍ୟତାର ପତନ ଉପରେ ଏକ ଅଧ୍ୟୟନରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ସାମନାକୁ ଆସିଛି । ଆଇଆଇଟିଏମ୍ର ଅଧ୍ୟୟନକାରୀ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ ୪୦୦୦ ବର୍ଷ ପୂର୍ବରୁ ସିନ୍ଧୁ ସଭ୍ୟତାର ବିନାଶ ଜଳବାୟୁରେ ଅସ୍ଥରିତା ଯୋଗୁଁ ଘଟିଥିଲା । କ୍ୱାଟରନେରୀ ଇଣ୍ଟରନ୍ୟାସନାଲରେ ପ୍ରକାଶିତ ଏହି ରିସର୍ଚ୍ଚ ରିପୋର୍ଟରେ ଦକ୍ଷିଣ ଭାରତର ଗୁପ୍ତେଶ୍ୱର ଏବଂ କଡପ୍ପା ଗୁମ୍ଫାରୁ ମିଳିଥିବା ପ୍ରାଚୀନ ଗୁମ୍ଫା ସଂରଚନା (ସ୍ପେଲିୟୋଥେମ୍ସ)ରୁ ପ୍ରମାଣ ଦିଆଯାଇଛି । ଏହି ଗୁମ୍ଫାରୁ ମିଳିଥିବା ସାକ୍ଷ୍ୟ ଦର୍ଶାଉଛି ଯେ ଅନେକ ବର୍ଷ ଯାଏ ମରୁଡ଼ିର ଶୃଙ୍ଖଳା ଚାଲିବା ଯୋଗୁଁ ସିନ୍ଧୁ ସଭ୍ୟତାରେ ମୌସୁମୀ ପ୍ରଣାଳୀ ଦୁର୍ବଳ ହୋଇଥିଲା ।  
ରିସର୍ଚ୍ଚ ଟିମ୍ ପେନିନସୁଲାର ଇଣ୍ଡିଆରେ ଗୁମ୍ଫାର ଅଧ୍ୟୟନ କରିଛି । ଏଥିରେ ୭୦୦୦ ବର୍ଷର କ୍ଲାଇମେଟ୍ ରେକର୍ଡ ସାମନାକୁ ଆସିଛି । ଯେଉଁଥିରୁ ଏହି କ୍ଷେତ୍ରର ପୁରୁଣା ଜଳବାୟୁ ପରିବର୍ତ୍ତନ ବାବଦରେ ବିସ୍ତୃତ ସୂଚନା ମିଳିଛି  । ରିସର୍ଚ୍ଚର ଫଳାଫଳରୁ ଜଣାପଡ଼ିଛି ଯେ ପ୍ରାୟ ୪୨୦୦ ବର୍ଷ ପୂର୍ବେ କମ ସୌର ବିକିରଣ, ଏଲ୍ ନିନୋ ଘଟଣା ବୃଦ୍ଧି, ଇଣ୍ଟରଟ୍ରପିକାଲ୍ କନଭର୍ଜେନ୍ସ ଜୋନ(ଆଇଟିସିଜେଡ)ର ଦକ୍ଷିଣାୟନ ଏବଂ ଭାରତ ମହାସାଗର ଡିପୋଲ(ଆଇଓଡି)ର ଏକ ନକାରାତ୍ମକ ପର୍ଯ୍ୟାୟର ମିଳିତ ଭାବେ ମୌସୁମୀ ଧାରାକୁ ଦୁର୍ବଳ କରୁଥିଲା । ମୌସୁମୀ ଦୁର୍ବଳ ହେବା ଯୋଗୁଁ  ସିନ୍ଧୁ ସଭ୍ୟତାର ପତନ ହୋଇଛି । ଯାହା ମଧ୍ୟରେ ରହିଛି ବୃହତ ସହର ହରପପ୍ା ଓ ମହେଞ୍ଜୋଦୋରା ଏବଂ ଧୋଲାବୀରା, ଲୋଥାଲ, ରାକ୍ଷୀଗରି ଭଳି ସେଟେଲମେଣ୍ଟ ।
ଆଇଆଇଟିଏମର ମୁଖ୍ୟ ଅଧ୍ୟୟନକାରୀ ନବୀନ ଗାନ୍ଧି କହିଛନ୍ତି, କୌତୁହଳର ବିଷୟ ଏହା ଯେ ଆଜି ଆମେ ମୌସୁମୀକୁ ପ୍ରଭାବିତ କରୁଥିବା ପ୍ୟାଟର୍ଣ୍ଣ ଦେଖୁଛୁ, ତାହା ହଜାରେ ବର୍ଷ ପୂର୍ବେ ମଧ୍ୟ ଥିଲା  । ଯିଏ ପୂରା ସଭ୍ୟତାର ଭବିଷ୍ୟତକୁ ଆକାର ଦେଇଥିଲା । ପ୍ରାୟ ୪୨୦୦ ବର୍ଷ ପୂର୍ବେ ଆଇଟିସିଜେଡ୍ ଦକ୍ଷିଣ ମୁହାଁ ହୋଇଥିଲା, ଯେଉଁଥି ପାଇଁ ସିନ୍ଧୁ ଅଞ୍ଚଳରେ ପର୍ଯ୍ୟାପ୍ତ ବର୍ଷା ହୋଇନଥିଲା । ଏହାସହ ଭାରତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାକୁ ପ୍ରଭାବିତ କରୁଥିବା ଆଇଓଡିର ଏକ ନକାରାତ୍ମକ ପ୍ରଭାବ ପୂର୍ବ ଭାରତ ମହାସାଗରକୁ ଥଣ୍ଡା କରିଥିଲା, ଯେଉଁଥି ପାଇଁ ଉପମହାଦ୍ୱୀପରେ ଆର୍ଦ୍ରତା କମିଥିଲା  । ଏହି ଅବଧିରେ ସୌର ବିକିରଣ କମିବା ଏବଂ ଏଲେ ନିନୋ ଘଟଣାରେ ବୃଦ୍ଧି ହୋଇଥିଲା, ଯେଉଁଥି ପାଇଁ ମରୁଡ଼ି ସ୍ଥିତି ଭୟଙ୍କର ହୋଇଥିଲା ।