ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ: ଆଉ କିଛିଦିନ ପରେ ଆରମ୍ଭ ହେବ ବହୁ ଚର୍ଚ୍ଚିତ ଏସିଆ କପ । ଏହା ଚଳିତ ବର୍ଷ ଟି-୨୦ ଫର୍ମାଟରେ ଖେଳାଯିବ । ଏଥିପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୯ରୁ ଏହି ଟୁର୍ଣ୍ଣମେଣ୍ଟ ଆରମ୍ଭ ହେବ । ଏଥିପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ କରାଯାଇଛି । ତେବେ ବିସ୍ଫୋରକ ବ୍ୟାଟର ଋଷଭ ପନ୍ତ, ଅଭିଜ୍ଞ କେଏଲ ରାହୁଲ ଓ ଟେଷ୍ଟ ସିରିଜରେ କମାଲ କରିଥିବା ମହମ୍ମଦ ସିରାଜ ବାଦ ଦଳରୁ ପଡିଛନ୍ତି । ଚଳିତ ବର୍ଷ ଭାରତ କ୍ରିକେଟ ଏସିଆ କପର ଆୟୋଜକ । ପାକିସ୍ତାନ ଭାରତରେ ଖେଳିବାକୁ ମନା କରିବା ପରେ ଏହା ୟୁଏଇରେ ଅନୁଷ୍ଠିତ ହେଉଛି । ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ୍ଙ୍କୁ ଉପ-ଅଧିନାୟକ କରାଯାଇଛି । ଚୟନ ପୂର୍ବରୁ ଗଣମାଧ୍ୟମ ରିପୋର୍ଟରେ ଦଳରେ ଗିଲ୍ଙ୍କ ସ୍ଥାନ ବିଷୟରେ ଉଲ୍ଲେଖ କରାଯାଉନଥିଲା । ତାଙ୍କୁ ଟି-୨୦ ବିଶ୍ୱକପ୍ ପାଇଁ ମଧ୍ୟ ଦଳରେ ସାମିଲ କରାଯାଇ ନଥିଲା । ତେବେ ଗିଲ୍ ଆଇପିଏଲ୍ରେ ୬୫୦ ରନ୍ କରିଥିଲେ । ସେହିପରି ଜସପ୍ରୀତ ବୁମରାହ ଟି-୨୦ ଦଳକୁ ଫେରିଛନ୍ତି । ସେ ଶେଷ ଟି-୨୦ ଅନ୍ତର୍ଜାତୀୟ ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ଖେଳିଥିଲେ । ମହମ୍ମଦ ସିରାଜ ଏବଂ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଯଶସ୍ୱୀ ଜୟସ୍ୱାଲ ଏବଂ ସୁନ୍ଦର ଦଳର ରିଜର୍ଭ ଖେଳାଳି ହେବେ । ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୩ଟି ମ୍ୟାଚ୍ ହୋଇପାରେ । ପ୍ରଥମ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଏସିଆ କପ୍ରେ ଲିଗ୍ ପର୍ଯ୍ୟାୟ ପରେ, ଏକ ସୁପର-୪ ରାଉଣ୍ଡ ହେବ । ଯଦି ଭାରତ ଏବଂ ପାକିସ୍ତାନ ସୁପର-୪ ରାଉଣ୍ଡରେ ପହଞ୍ଚିଯାଆନ୍ତି, ତେବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ମୁକାବିଲା ୨୧ ତାରିଖରେ ହୋଇପାରେ । ଯଦି ଉଭୟ ଦଳ ଫାଇନାଲରେ ପହଞ୍ଚିଯାଆନ୍ତି, ତେବେ ଏସିଆ କପର ତୃତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୮ ସେପ୍ଟେମ୍ବରରେ ଖେଳାଯିବ ।
ଘୋଷିତ ଭାରତୀୟ ଦଳ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଶୁବମନ ଗିଲ(ଉପ ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଞ୍ଜୁ ସାମସନ, ହର୍ଷିତ ରାଣା ଓ ରିଙ୍କୁ ସିଂହ ।
ଷ୍ଟାଣ୍ଡ ବାଇ : ପ୍ରସିଦ୍ଧ କ୍ରିଷ୍ଣା, ୱାଶିଂଟନ ସୁନ୍ଦର, ରିୟାନ ପରାଗ, ଧ୍ରୁବ ଜୁରେଲ ଓ ଯଶସ୍ୱୀ ଜୈସୱାଲ ।