ସ୍ମାର୍ଟ ମିଟର ବାଧ୍ୟତାମୂଳକ

ସ୍ମାର୍ଟ ମିଟର ବାଧ୍ୟତାମୂଳକ

ଏଣିକି ସ୍ମାର୍ଟ ମିଟର ହେବ ବାଧ୍ୟତାମୂଳକ । ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଙ୍ଗଦେଓ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଟେକ୍ନୋଲଜି ସହ ଯୋଡିହେବାକୁ ହେଲେ ସ୍ମାର୍ଟ ମିଟର ଲଗାଇବାକୁ ହିଁ ପଡିବ । ଏହା ଭାରତ ସରକାରଙ୍କ ଗାଇଡଲାଇନରେ ଅଛି । ସ୍ମାର୍ଟ ମିଟର ନେଇ ଯାହାର ଅଭିଯୋଗ ଅଛି ସେମାନେ ଲିଖିତ ଭାବେ ଜଣାନ୍ତୁ ବୋଲି କହିଛନ୍ତି କେ.ଭି ସିଂଦେଓ ।  ସାଧାରଣ ମିଟର ନେଇ ଟେଷ୍ଟ କରି ଦେଖାଇ ଦିଆଯିବ । ଏବେ ଯାଏଁ ଲୋକଙ୍କର ସୁଇଚ ବନ୍ଦ କରିବାର ଅଭ୍ୟାସ ଯାଇନି । ତେଣୁ ଆବଶ୍ୟକ ନଥିଲେ ଲୋକେ ସୁଇଚ ବନ୍ଦ କରନ୍ତୁ । ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁନି । ତେଣୁ ସ୍ମାର୍ଟ ମିଟର ଲାଗିବା ବାଧ୍ୟତାମୂଳକ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ।  ଗତ କିଛି ମାସ ତଳେ ବରଗଡ ଜିଲ୍ଲାରେ ସ୍ମାର୍ଟ ମିଟରକୁ ନେଇ ତାତି ଥିଲେ ଗାଁ ଲୋକେ । ବରଗଡ ଗ୍ରିଡ୍ ଅଫିସ ସମ୍ମୁଖରେ ପୁଳା ପୁଳା ସ୍ମାର୍ଟ ମିଟର ଆଣି ଭାଙ୍ଗିଥିଲେ ଚାଷୀ ଓ ସାଧାରଣ ଉପଭୋକ୍ତା । ଅଭିଯୋଗ ଥିଲା ସ୍ମାର୍ଟ ମିଟରରେ ଅଧିକ ବିଲ୍ ଉଠୁଛି । ଏହି ଆଧାରରେ ବରଗଡ ଗ୍ରିଡ୍ ଅଫିସ ଘେରିବା ସହ ଗେଟ୍ ସମ୍ନାରେ ସ୍ମାର୍ଟ ମିଟର ଭାଙ୍ଗିଥିଲେ ଲୋକେ । ଏବେ ପୁଣି ସେହି ସ୍ମାର୍ଟ ମିଟରକୁ ନେଇ ବିବା ଦେଖାଦେଇଥିବା ବେଳେ ସ୍ମାର୍ଟ ମିଟର ବାଧ୍ୟତାମୂଳକ ବୋଲି ସଫା ସଫା କହିଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ।