୨୦ ପୋଲିସଙ୍କୁ ମିଳିବ ରାଜ୍ୟପାଳ ପଦକ
ଭୁବନେଶ୍ୱର: ୨୦୨୪ ବର୍ଷ ପାଇଁ ଜଣେ ଆଇଜି ଓ ଜଣେ ଡିଆଇଜି ସହ ୨୦ ଜଣ ପୋଲିସ କର୍ମଚାରୀଙ୍କ ନାମ ରାଜ୍ୟପାଳ ପଦକ ପାଇଁ ଘୋଷଣା କରାଯାଇଛି । ବିଭିନ୍ନ ବର୍ଗରେ ୨୦ ଜଣ ପୋଲିସଙ୍କୁ ଏହି ପଦକ ପ୍ରଦାନ କରାଯିବ । ଆସନ୍ତା ଜାନୁୟାରୀ ୨୬ ତାରିଖରେ ଏହି ପଦକ ପ୍ରଦାନ କରାଯିବ ।
ପ୍ରଥମ ବର୍ଗରେ ଅଗ୍ନିଶମ ଆଇଜି ଦୀପକ କୁମାର ଓ ଡିଆଇଜି ସାର୍ଥକ ଷଡଙ୍ଗୀ ରାଜ୍ୟପାଳ ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିପରି ଝାରସୁଗୁଡା ଏସପି ପରମାରସ୍ମିତ ପରଷୋତ୍ତମ ଦାସ, କଟକ ଓଏସଏପି ୬ଷ୍ଠ ବାଟାଲିୟାନ କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଭିଜିଲାନ୍ସ ର୍ନିେଶାଳୟ ଅତିରିକ୍ତ ଏସପି ସୁଶାନ୍ତ କୁମାର ବିଶ୍ୱାଳ, ଗଞ୍ଜାମ ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା ରାଜ୍ୟପାଳ ପଦକ ପାଇଁ ଚୟନ ହୋଇଛନ୍ତି ।
ଶ୍ରଦ୍ଧାଞ୍ଜଳୀ ପଣ୍ଡା, ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ଇନ୍ସପେକ୍ଟର ଅନିଲ କୁମାର ମିଞ୍ଜ, ସମ୍ବଲପୁର ଡିଭିଜନ ଭିଜିଲାନ୍ସ ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ରଙ୍କୁ ରାଜ୍ୟପାଳ ପଦକ ପାଇଁ ମନୋନୀତ କରାଯାଇଛି ।