ଗୋପାଳପୁର ପୋର୍ଟ ଓ କମ୍ପାନୀକୁ ବିରୋଧ ; ଆୟୋଜିତ ଜନଶୁଣାଣୀରେ ହଟ୍ଟଗୋଳ

ଗୋପାଳପୁର ପୋର୍ଟକୁ ଓ କମ୍ପାନୀକୁ ବିରୋଧ । ଏଲଏନଜି ଟର୍ମିନାଲ ଓ ଜେଟି ନିର୍ମାଣ ନେଇ ଆୟୋଜିତ ଜନଶୁଣାଣୀରେ ହଟ୍ଟଗୋଳ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର କାଳିପଲ୍ଲୀ ଗାଁରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନଶୁଣାଣୀ ଆୟୋଜିତ ହୋଇଥିଲା । ଗୋପାଳପୁର ବନ୍ଦର ଠାରେ ମେସର୍ସ ପ୍ରୋଟନେଟ ଏଲଏନଜି ଲିମିଟେଡ଼ ଦ୍ବାରା ପ୍ରସ୍ତାବିତ ଭାସମାନ ଷ୍ଟୋରେଜ ଏବଂ ରିଗ୍ୟାସିଫିକେସନ ୟୁନିଟ ଆଧାରିତ ଏଲଏନଜି ଟର୍ମିନାଲ ଏବଂ ଜେଟି ନିର୍ମାଣ ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣୀକୁ ହୋଇଥିଲା । ଏଥିରେ କାଳିପଲ୍ଲୀ, କଣମଣା ଓ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଗ୍ରାମବାସୀ ମାନେ ଯୋଗ ଦେଇଥିଲେ । ପ୍ରଦୂଷଣ ବୋର୍ଡ କର୍ତ୍ତୃପକ୍ଷ, କମ୍ପାନୀ ଓ ତିନି ପଞ୍ଚାୟତର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା। ପୋଲିସ ବୁଝାସୁଝା ପରେ ଶେଷରେ ଅଧାରୁ ବନ୍ଦ ହୋଇଥିଲା ଜନଶୁଣାଣୀ । କେଉଁ କମ୍ପାନୀ ହେବ ତାହାର ସବିଶେଷ ତଥ୍ୟ ଦେବା ସହ ନିଯୁକ୍ତି ସୁଯୋଗ ନେଇ ଲିଖିତ ଭାବେ ଦେବା ସହ ତିନି ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ସମସ୍ତ ପ୍ରକାରର ଆନୁସଙ୍ଗିକ ସୁବିଧା କରିଲେ ହିଁ କମ୍ପାନୀକୁ ଅନୁମତି ଦିଆଯିବ ବୋଲି କହିଛନ୍ତି ତିନି ପଞ୍ଚାୟତର ବାସିନ୍ଦା ।