ଖାଦ୍ୟରେ କମ୍ କରନ୍ତୁ ଲୁଣ, ଚିନି

ଖାଦ୍ୟରେ କମ୍ କରନ୍ତୁ ଲୁଣ, ଚିନି

ଆପଣ ପ୍ରତ୍ୟେକ ଦିନ କେତେ ପରିମାଣରେ ଖାଉଛନ୍ତି । ଏଥିରେ କେତେ ପରିମାଣରେ ଲୁଣ, ଚିନି ଓ ତେଲ ରହୁଛି । ଏହା ଦ୍ୱାରା ଆପଣଙ୍କୁ କ’ଣ କ୍ଷତି ହେଉଛି । ଆପଣ ଯଦି ପ୍ରତ୍ୟେକ ଦିନ ଖାଉଥିବା ଖାଦ୍ୟରେ ଲୁଣ, ଚିନି ଏବଂ ସ୍ନେହସାର ପରିମାଣକୁ କମ୍ କରନ୍ତି ତେବେ ଆପଣଙ୍କ ଓଜନ ବୃଦ୍ଧି ହେବ ନାହିଁ । ରକ୍ତଚାପ, ମଧୁମେହ ଓ ହୃଦରୋଗ ଏବଂ ଅନ୍ୟ ଅଣସଂକ୍ରାମକ ରୋଗରେ ପଡ଼ିବାର ଆଶଙ୍କା କମିଯିବ । 

 ଧିରେ ଧିରେ ନିଜ ଖାଦ୍ୟରେ ଲୁଣ, ଚିନି ଓ ତେଲ ପରିମାଣ କମ୍ କରନ୍ତୁ
ଖାଦ୍ୟରେ ଚିନି, ଲୁଣ ଏବଂ ତେଲ ପକାଇବା ପାଇଁ ଛୋଟ ଚାମଚ ବ୍ୟବହାର କରନ୍ତୁ
ପ୍ରତି ମାସରେ ନିଜର ଖାଦ୍ୟ ଗ୍ରହଣକୁ ପର୍ଯ୍ୟବେକ୍ଷଣ କରନ୍ତୁ
 ଚିନି ବଦଳରେ ଆପଣ ଫଳ ବ୍ୟବହାର କରିପାରିବେ
 ଘିଅ ବଦଳରେ ୨ରୁ ୩ ଚାମଚ ଭେଜିଟେବଲ୍ ଅଏଲ ବ୍ୟବହାର କରନ୍ତୁ
ଆଚାର, ଲୁଣି ବିସ୍କୁଟ, ଜାମ୍, ଜେଲି ଖାଇବାରେ ନିୟନ୍ତ୍ରଣ କରନ୍ତୁ
 ମୃଦୁ ପାନୀୟ, ମିଠା, ଆଇସକ୍ରିମ୍, ଛଣାଛଣି ଖାଦ୍ୟର ପରିମାଣ କମାନ୍ତୁ
ସାଲାଡ୍ ଉପରେ ଲୁଣ, ଦହି ଛିଞ୍ଚିବାରୁ ନିବୃତ ରୁହନ୍ତୁ
 ଭାତ କିମ୍ବା ରୁଟି ତିଆରି କରିବା ବେଳେ ଅଧିକ ଲୁଣ ମିଶାନ୍ତୁ ନାହିଁ
 ଆପଣଙ୍କ ଖାଦ୍ୟରୁ ରିଫାଇନଡ୍ ଚିନିକୁ ବାଦ୍ ଦିଅନ୍ତୁ