ଘରୋଇ ଉପଚାରରେ ପେଡିକୁ୍ୟର୍

ଘରୋଇ ଉପଚାରରେ ପେଡିକୁ୍ୟର୍

ପାଦର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ । ବର୍ଷା ଦିନରେ ରାସ୍ତାରେ ଜମା ହୋଇଥିବା ଅପରିଷ୍କାର ପାଣି ହେଉ ବା ଧୂଳି ଲାଗି ପାଦରେ ଲାଗି ବିଭିନ୍ନ ପ୍ରକାର ଇନ୍ଫେକ୍ସନ୍ ହେଇଯାଏ  । ସେଥିପାଇଁ ଆପଣ ଅତିସହଜରେ  ଘରୋଇ ଉପଚାରରେ ପେଡିକୁ୍ୟର୍ କରିପାରିବେ । ବିଶେଷ କରି ମହିଳାମାନେ ପେଡିକୁ୍ୟର୍ କରିଥାନ୍ତି । ଏହା କରିବା ଦ୍ୱାରା ପାଦ ଅଧିକ ସୁନ୍ଦର ଦେଖାଯାଇଥାଏ । ଆସନ୍ତୁ ଜାଣିବା ଘରୋଇ ଉପଚାରରେ ପେଡିକୁ୍ୟର୍  କେମିତି କରିବେ ଓ ଏହାର ଫାଇଦା ସମ୍ପର୍କରେ .....


                                                      ପେଡିକୁ୍ୟର୍  ପାଦର ସୁନ୍ଦରତା ବଢ଼ାଇଥାଏ । ଏହାସହ ଡେଡ୍ ସ୍କିନ ଓ ଫଟା ଗେଇଠିକୁ ମଧ୍ୟ ଭଲ କରିଥାଏ ।ପେଡିକୁ୍ୟର୍ରେ ପାଦକୁ ମସାଜ୍ କରିବା ଦ୍ୱାରା ଶରୀରକୁ ରିଲାକ୍ସ ମିଳିଥାଏ । ବାରମ୍ବାର  ପେଡିକୁ୍ୟର୍ କଲେ ପାଦ ଓ ନଖ ରେ ଚମକ ଆସିଥାଏ । ସ୍କ୍ରବ୍ କରିବା ଦ୍ୱାରା  ରକ୍ତ ସଂଞ୍ଚାଳନ ତୀବ୍ରତର ହୋଇଥାଏ ।

  • ଘରୋଇ ଉପଚାରରେ ସ୍କ୍ରବ୍ ପ୍ରସ୍ତୁତ :- ପେଡିକୁ୍ୟର୍ର ସବୁଠାରୁ ଜରୁରୀ ହେଉଛି ସ୍କ୍ରବ୍  । ବଜାରରେ ଅନେକ ପ୍ରକାର ସ୍କ୍ରବ୍ ମିଳୁଛି କିନ୍ତୁ ଆପଣ ଘରେ ଅତି ସହଜରେ   ହୋମ୍ମେଡ୍ ସ୍କ୍ରବ୍ ପ୍ରସ୍ତୁତ କରିପାରିବେ ।
  •  ୧- ମିଲ୍କ୍ ସ୍କ୍ରବ୍ :-  ଗୋଟିଏ ଟବ୍ରେ  କିଛି ଉଷୁମ ପାଣି ନେଇ ସେଥିରେ ପାଦ ବୁଡ଼ାଇ ରଖନ୍ତୁ  । ତାପରେ ମିଲ୍କ୍ ସ୍କ୍ରବ୍ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗିନାରେ ୧-କପ୍ ଉଷୁମ୍ କ୍ଷୀର,୧-ଚାମଚ ଚିନ,୧-ଚାମଚ ଲୁଣ, ୧-ଚାମଚ ବେବି ଅଏଲ୍ ପକାଇ ଏକ ପେଷ୍ଟ ତିଆରି କରିବେ  । ପାଦକୁ ଉଷୁମ ପାଣିରୁ ବାହାରକୁ କାଢ଼ି ଏହି  ସ୍କ୍ରବ୍୍କୁ ହାତରେ ନେଇ ପାଦରେ ଲଗାନ୍ତୁ ଏବଂ ଏହାକୁ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ  ସ୍କ୍ରବ୍  କରନ୍ତୁ ।
    ୨- କଫି  ସ୍କ୍ରବ୍:- ୧-ଚାମଚ କଫି ପାଉଡ଼ର, ୧-ଚାମଚ ଲୁଣ ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ  । ଏହି ମିଶ୍ରଣରେ ଅଧା କପ୍ ମହୁ ସହ ୨ରୁ ୩ ଡ୍ରପ୍ ଅଲିଭ୍ ଅଏଲ୍ ମଧ୍ୟ ମିଶାନ୍ତୁ ।ସ୍କ୍ରବ୍ ପ୍ରସ୍ତୁତ ହେବା ପରେ ଉଷୁମ ପାଣିରେ ପାଦକୁ କିଛି ସମୟ ବୁଡ଼ାଇ ରଖିବା ପରେ ଏହାକୁ ମସାଜ କରନ୍ତୁ  ।
  • କେମିତି କରିବେ ପେଡିକୁ୍ୟର : ପେଡିକୁ୍ୟର କରିବା ପାଇଁ ପ୍ରଥମେ ଗୋଟିଏ ଟବରେ ଉଷୁମ ପାଣି ନିଅନ୍ତୁ  । ଏହି ଉଷୁମ ପାଣି ରେ ପାଦକୁ ୧୦ରୁ୧୫ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ  । ଏହାପରେ ସ୍କ୍ରବିଂ କରନ୍ତୁ । ଯେକୌଣସି ଟୁଥବ୍ରଶ୍ରେ ପାଦକୁ ଭଲ ଭାବେ ସଫାକରନ୍ତୁ । ଗୋଇଠି ଓ ନଖର ଆଖପାଖକୁ ଭଲ ଭାବେ ସଫା କରନ୍ତୁ ।ପାଦକୁ ତଉଲିଆରେ ପୋଛି ସେଥିରେ ମଇଶ୍ଚରାଇଜର୍ ଲଗାଇ ମସାଜ କରନ୍ତୁ । ଏସବୁ କଲେ ପାଦରେ ଚମକ ଆସିଥାଏ ।