ମେଟାବୋଲିଜିମ୍ କେମିତି ବଢାଇବେ ?

ମେଟାବୋଲିଜିମ୍  କେମିତି ବଢାଇବେ ?

ମେଟାବୋଲିଜିମ୍ ଶରୀରରେ ଏପରି ରାସାୟନିକ ପ୍ରତିକ୍ରିୟା, ଯାହା ଆମ ଶରୀରକୁ ଶକ୍ତି ଦେବା ପାଇଁ କାମ କରେ । ମେଟାବୋଲିଜିମ୍ ଆମେ ଖାଉଥିବା ଖାଦ୍ୟକୁ ଶକ୍ତିରେ ପରିଣତ କରେ । ଶରୀରର ସମସ୍ତ କାର୍ଯ୍ୟ କେବଳ ଆମର ମେଟାବୋଲିଜିମ୍ ଉପରେ ନିର୍ଭର କରେ । ଶରୀରର ନିଶ୍ୱାସ, ଖାଦ୍ୟ ହଜମ, ରକ୍ତ ସଞ୍ଚାଳନ, ଶରୀରକୁ ଚଳାଇବା ପାଇଁ ଶକ୍ତି ଦେବା ହେଉଛି ମେଟାବୋଲିଜିମର କାମ । କିପରି ପ୍ରାକୃତିକ ଭାବରେ ମେଟାବୋଲିଜିମ୍ ବୃଦ୍ଧି କରିପାରିବା । ମେଟାବୋଲିଜିମ୍ ବୃଦ୍ଧି ପାଇଁ ଏକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଆବଶ୍ୟକ ଏହା ଆମ ଶରୀରକୁ ବହୁତ ଶକ୍ତି ଦେଇଥାଏ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ଅଧ ଲିଟର ପାଣି ପିଇବା ଦ୍ୱାରା ଘଣ୍ଟାଏ ମଧ୍ୟରେ ମେଟାବୋଲିଜିମ୍ ୩୦ ପ୍ରତିଶତ ବୃଦ୍ଧି ପାଇଥାଏ ।  ପର୍ଯ୍ୟାପ୍ତ ପରିମାଣର ପାଣି ପିଇ ଆମ ଶରୀର ଡିହାଇଡ୍ରେଟ୍ ହୁଏ ନାହିଁ ।   ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ ।  ପର୍ଯ୍ୟାପ୍ତ ପରିମାଣର ଶୋଇବା ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ -କମ୍ ନିଦ ହେତୁ ମେଟାବୋଲିଜିମର ସ୍ତର କମିଯାଏ ଗ୍ରୀନ୍ ଟିରେ କ୍ୟାଫେନ୍ ଏବଂ କ୍ୟାଟେଚିନ୍ ମିଳିଥାଏ ଏହା ଆମର ମେଟାବୋଲିଜିମ୍ ବଢାଇଥାଏ  ମାଂସପେଶୀ ନିର୍ମାଣ ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ