୩ ବର୍ଷରେ ୧୭,୭୫୮ ଆତ୍ମହତ୍ୟା

୩ ବର୍ଷରେ ୧୭,୭୫୮ ଆତ୍ମହତ୍ୟା

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ୧୭,୭୫୮ଜଣ ଆତ୍ମହତ୍ୟା କରିଛନ୍ତି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୨୧ରୁ ୨୦୨୩ ମଧ୍ୟର ତଥ୍ୟ ଦେଇ କହିଛନ୍ତି ଯେ ୩ ବର୍ଷରେ ୨୧୭ ଜଣ ଛାତ୍ର ଓ ୨୬୩ ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ୨୦୨୩ରେ ସର୍ବାଧିକ ୧୦୪ ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେହିପରି ୩ ବର୍ଷରେ ୪ ଜଣ ଚାଷୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।