ଯାଜପୁର ଡ଼ାଇରିଆ ଆତଙ୍କ : ମୁଖ୍ୟ ଚିକିସôାଳୟରେ ଶହେ ଭର୍ତ୍ତି

ାା ପ୍ରଭାନୁ୍ୟଜ୍ ।ା ଯାଜପୁର ଟାଉନ, ୧୦ା୬: ଯାଜପୁରରେ ଡ଼ାଇରିଆ ଆତଙ୍କ ଖେଳିଯାଇଛି । ପ୍ରତି ଘଣ୍ଟାରେ ଏକାଧିକ ରୋଗୀ ମେଡ଼ିକାଲରେ ଭର୍ତ୍ତି ହେଉଛନ୍ତି । ଜିଲା ମୁଖ୍ୟଚିକିତ୍ସାଳୟରେ ଶହରେ ଉଦ୍ଧ୍ୱର୍ ଡାଏରିଆ ରୋଗୀ ଭର୍ତ୍ତି ହୋଇଛନ୍ତି । ରୋଗୀଙ୍କ ସଖ୍ୟା ତୁଳନାରେ ବେଡ଼ର ଅଭାବ ରହିଥିବାରୁ କିଏ ବାରଣ୍ଡାରେ ତ କିଏ ମେଡ଼ିକାଲ ପ୍ରବେଶ ପଥରେ ପଡ଼ିରହି ଚିକିସôିତ ହେଉଛନ୍ତି । ଏଠାରେ ମାତ୍ର ୩ ଘଣ୍ଟା ମଧ୍ୟରେ ଶହରେ ଉଦ୍ଧ୍ୱର୍ ରୋଗୀ  ଭର୍ତ୍ତି ହୋଇଥିବାବେଳେ କେତେକ ରୋଗୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ ବିଭିନ୍ନ ମେଡ଼ିକାଲରେ ମେଡ଼ିକାଲ ଟିମ ଡ଼େରାପକାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରୋଗୀଙ୍କୁ କିଭଳି ଉତ୍ତମ ଚିକିସôା ମିଳିପାରିବ, ସେଦିଗରେ ଲାଗିପଡ଼ିଛନ୍ତି । 
ଯାଜପୁର ରୋଡ଼ରେ ଜଣେ ମୃତ 
ବ୍ୟାସନଗର: ବ୍ୟାସନଗର ପୌରାଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଗତକାଲିରାତିରୁ ଜଣେ ପରେ ଜଣେ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି ହେବା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ରୋଗୀଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା ।  ଝାଡ଼ାବାନ୍ତିରେ ବ୍ୟାସନଗର  ନଗରପାଳ ସୁବାସ ବଳ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଦୀର୍ଘ ସମୟର ଚିିକିସôା ପରେ ସେ ସୁସ୍ଥ ହୋଇଥିଲେ ହେଁ ପ୍ରାକ୍ତନ କାଉନସିଲର ଅନୁପ ନାୟକ, ତେଜ ହୁଣ୍ଡାର ମାଲିକ ରାକେଶ ରାଉତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ଏଠାରେ ଚିକିସôାଧିନ ଅବସ୍ଥାରେ ତୋଲାରାମ ଶର୍ମାଙ୍କ ମୃତୁ୍ୟ ଘଟିଛି । ମେଡ଼ିକାଲରେ ରୋଗୀଙ୍କ ପାଇଁ ଶଯ୍ୟାର ଅଭାବ ପଡ଼ିବାରୁ ବାରଣ୍ଡାରେ ପଡ଼ିରହିଛନ୍ତି । ଡ଼ାଇରିଆ ୱାର୍ଡ଼ରେ ସର୍ବାଧିକ ରୋଗୀ ଭର୍ତ୍ତି ହେବାର ବ୍ୟବସ୍ଥା ଉପଲବ୍ଧ ନଥିବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଭିନ୍ନ ୱାର୍ଡ଼ରେ ଚିକିସôିତ କରିବାକୁ ବାଧ୍ୟ ହେଉଛନ୍ତି । ଏପରିକି କୋଭିଡ଼ ୱାର୍ଡ଼କୁ ମଧ୍ୟ ଖୋଲିଦିଆଯାଇଛି । ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ଜଣେ ଦୁଇଜଣ ସୁସ୍ଥ ଅବସ୍ଥାକୁ ଆସିଥିଲେ ହେଁ ଅନ୍ୟମାନେ ଅସୁସ୍ଥ ଅବସ୍ଥାରେ ଚିକିସôିତ ହେଉଛନ୍ତି । ରୋଗୀଙ୍କ ଠାରୁ ମିଳିଥିବା ଖବର ମତେ ସେମାନେ ୪୦ରୁ ଅଧିକ ଥର ଝାଡ଼ା ସହ ବାନ୍ତି କରିବା ପରେ ହାତଗୋଡ଼ର ଆଙ୍ଗୁଳି ଗୁଡ଼ିକ କାଙ୍କଲା ପଡ଼ିଯାଇଥିଲା । ଠିଆ ହେବା ସେମାନଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ଗୋଡ଼ ଗୁଡ଼ିକ ଅକାଲୁଆ ଲାଗୁଥିଲା । ଜିଲାପାଳ ଯାଜପୁର ରୋଡ଼ମେଡ଼ିକାଲରେ ପହଁଚି ଅନୁଧ୍ୟାନ କରିଥିବା ସହ ଉପସ୍ଥିତ ଡ଼ାକ୍ତରଙ୍କ ସହ ଆଲୋଚନା କରିଥିଲେ । ଏଠାରେ ଏଡ଼ିଏମ କଳିଙ୍ଗନଗର ସପନ କୁମାର ନନ୍ଦ, ବ୍ୟାସନଗର ତହସିଲଦାର ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ଖବର ପାଇ କୋରେଇ ବିଧାୟକ ଆକାଶ ଦାସନାୟକ, ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଂଜନ ଘଡ଼ାଇ, ଯାଜପୁରର ପୂର୍ବତନ ନଗରପାଳ ଭବ ପ୍ରସାଦ ଦାସ ମେଡ଼ିକାଲରେ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ଡ଼ାକ୍ତରଙ୍କ ସହ ଆଲୋଚନା କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ୧୧ଜଣରୋଗୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି । 
କୋରେଇରେ ମହିଳାଙ୍କ ମୃତୁ୍ୟ
ରଗଡ଼ି: କୋରେଇ ବ୍ଲକ୍ର ବିଭିନ୍ନ ଗ୍ରାମରୁ୧୮ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ତୁଳତୀ ପଞ୍ଚାୟତ ସୁନ୍ଦରପୋଖରୀ ଗ୍ରାମର ଅଂଜନା ଜେନା(୫୮) ନାମକ ମହିଳାଙ୍କ ମୃତୁ୍ୟ ଘଟିଛି । ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଛି । କୋରେଇର ଧନେଶ୍ୱର ପଞ୍ଚାୟତ ତୁଳତୀ, ସାଦକପୁର, ପଛିକୋଟରୁ ରୋଗୀ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ସାଦକପୁରର ଜଣେ ନାବାଳକ ସେକ୍ ମୁନ୍ତାଜ (୧୩) ଗୁରୁତର ହୋଇ ଯାଜପୁର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର ହୋଇଥିବାର ଖବର ମିଳିଛି । ଆକ୍ରାନ୍ତ ମାନେ ହେଉଛନ୍ତି କ୍ଷୀରୋଦ ସାହୁ, ରଂଜନ ପରିଡ଼ା, ସୁରେଶ ମଲିକ, ରମେଶ ମଳିକ, ସିଲି ମହାନ୍ତି, ଦିଲ୍ଲୀପ ସାମଲ, ଶୁଭେନ୍ଦୁ ବେହେରା, ପ୍ରମୋଦ ଜେନା, ସେକ୍ ସେହେନ୍ସା, ସୁଭମ ବାରିକ, ଗୌରୀଶଙ୍କର ନାୟକ, ରଜିୟା ସୁଲ୍ତାନ୍ ଏବଂ ଜିତେନ୍ଦ୍ର ସାହୁ ରହିଛନ୍ତି । ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଥିବା ବେଳେ କୋରେଇ ମେଡିକାଲ୍ର ଭାରପ୍ରାପ୍ତ ଅଧିକାରୀ ଭବାନୀଶଙ୍କର ଦାସ  ଅନୁପସ୍ଥିତ ରହିବାକୁ ନେଇ ସାଧାରଣରେ ଉତ୍ତେଜନା ଦେଖାଦେଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣରେ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ  ମେଡିକାଲ୍ରେ ହୋ ହଲ୍ଲା କରିଥିଲେ ।
୩୮ ଆକ୍ରାନ୍ତ; ଜଣେ  ମୃତ 
ଦାନଗଦୀ : ଆଜି ସକାଳୁ ହଟାତ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣେ ପରେ ଜଣେ ୩୮ଜଣ ଝାଡାବାନ୍ତି ରୋଗୀ ଚିକିତ୍ସା ପାଇଁ ଆସି ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତୁ୍ୟ ଘଟିଥିଲା । ମୃତକ ମୟୁରଭଞ୍ଜ ଜିଲ୍ଲା ସୁନାପସୀ ଗାଁର ଦିଗାମ୍ବର ପାତ୍ରଙ୍କ ପୁଅ ସନାତନ ବୋଲି ଜଣାପଡ଼ିଥିଲା । ସେ କଳିଙ୍ଗନଗର ଶିଳ୍ପାଞ୍ଚଳ କାମ କରନ୍ତି । ପାଞ୍ଚ ଜଣ ରୋଗୀ ଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ସନ୍ଧ୍ୟାରେ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଆକ୍ରାନ୍ତଙ୍କର ସ୍ୱାସ୍ଥ୍ୟ ପଚାରି ବୁଝିଥିଲେ । ବର୍ଷା ହେଉଥିବାରୁ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ମଧ୍ୟ ଏଥିପ୍ରତି ଆମେ ସଜାଗ ଅଛୁ ବୋଲି କହିଛନ୍ତି, କାହଁକି କିପରି ଝାଡ଼ା ବାନ୍ତି ବ୍ୟାପିଲା ତାର କାରଣ କିଛି ଜଣା ପଡୁନ ଥିବା ବେଳେ କିଛି ରୋଗୀ ଗତକାଲି ଭୋଜି ଖାଇ ଥିବା କହିଛନ୍ତି ।
ଧର୍ମଶାଳାରେ ଶତାଧିକ ଆକ୍ରାନ୍ତ; ହାତରେ ସାଲାଇନ ବୋତଲ ଧରି ତଳେ ଶୋଇଲେ ରୋଗୀ
ଧର୍ମଶାଳା: ଧର୍ମଶାଳା ଅଞ୍ଚଳରେ ଝାଡାବାନ୍ତି ରୋଗରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ସୂଚନା ମୁତାବକ ମଙ୍ଗଳ ବାର ପ୍ରାତଃ କାଳରୁ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ମହିଳା ପୁରୁଷ ଓ ଛୋଟ ପିଲା ମାନଙ୍କର ଭିଡ ଜମି ବାକୁ ଲାଗିଥିଲା । ଧର୍ମଶାଳା ବ୍ଳକ ଅଂଚଳର ମଧୁପୁର ଗଡ଼, ପାଖର, ଅଞ୍ଜିରା, ଜେନାପୁର, ଜାରକା, ତାଲଜଙ୍ଗ, ତରଞ୍ଜିଆ, ଆରୁହା ପଂଚାୟତ ଅଞ୍ଚଳର ଅନେକ ସଂକ୍ରମିତ ରୋଗୀ ବୋଲିଜଣା ପଡିଛନ୍ତି  । ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକୀୟ ପରିମାଣର ବେଡ ନଥିବା କାରଣରୁ ଶତାଧିକ ରୋଗୀ ମେଡିକାଲର ବାରଣ୍ଡାରେ ହାତରେ ସାଲାଇନ ବୋତଲ ଧରି ଚିକିତ୍ସିତ ହେଉ ଥିବାର ଦେଖା ଯାାଇଥିଲା । ଆଉ କେତେ ଜଣ ସାଲାଇନ ଲଗାଇ ବାରଣ୍ଡା ତଳେ ଶୋଇରହି ଚିକିତ୍ସା ହେଉ ଥିବାର ଦେଖିବାକୁ ମିଳିଥିଲା । ଖବର ପାଇ ଯାଜପୁର ସିଡିଏମଓ ପ୍ରକାଶ ଚନ୍ଦ୍ର ବଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ସ୍ଥିତି ପରଖିଥିଲେ । ତୁରନ୍ତ ଯାଜପୁର ମୁଖ୍ୟ ଚିକିତ୍ସାଳୟରୁ ଏକ ସ୍ୱତନ୍ତ୍ର ଟିମ୍ ପହଁଚିଥିଲା ।