ନିଲମ୍ବନ ପରେ ପାର୍ଟି ବିରୋଧରେ ସାଂଘାତିକ ଅଭିଯୋଗ: ସୁନୀତି ମୁଣ୍ଡ
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହେବାର କିଛି ଦିନ ପରେ ମୁହଁ ଖୋଲିଛନ୍ତି ସୁନୀତି ମୁଣ୍ଡ। ନିଲମ୍ବନ ପରେ ସେ ପାର୍ଟି ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେ କହିଛନ୍ତି, ଗତ କିଛି ମାସ ମଧ୍ୟରେ ତାଙ୍କୁ ନିର୍ୟାତନା ସହ ଧମକ ଦିଆଯାଇଛି।
୨୦୨୨ ନିର୍ବାଚନରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ପଦ ପାଇଁ ଭାଜପାରୁ ପ୍ରାର୍ଥୀ ହୋଇଥିବା ସୁନୀତି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭଣ୍ଡାରିପୋଖରୀର ସୁଧାଂଶୁ ନାୟକ ଦୁଇ ମାସ ପୂର୍ବରୁ ତାଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ।
ଏପରିକି ଟଙ୍କା ନମିଳିଲେ ସେ ମୋର ରାଜନୈତିକ କ୍ୟାରିୟରକୁ ବରବାଦ କରିବା ସଙ୍ଗେ ସଙ୍ଗେ ମୋତେ ବଦନାମ କରିବେ ବୋଲି ଧମକ ମଧ୍ୟ ଦେଇଥିଲେ । ଦୁଇ ମାସ ପୂର୍ବେ ମୁଁ ଏହି ଧମକ ପାଇଥିଲି ଆଉ ଏବେ ମୋତେ ଭାଜପାରୁ ନିଲମ୍ବିତ କରାଯାଇଛି ବୋଲି ସେ କହିଛନ୍ତି। ଏଥିସହ ରାଜନୀତିରେ ମହିଳାମାନେ ନିର୍ୟାତନାର ଶିକାର ହେଉଥିବା ସେ କହିଛନ୍ତି।