ପ୍ରତିଷ୍ଠା ହେବ ୪୬ ନୂଆ ଅଦାଲତ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ସର୍ବମୋଟ ୪୬ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ତନ୍ମଧ୍ୟରୁ ୪୦ଟି ସିଭିଲ୍ ଜଜ୍ (ଜୁନିଅର ଡିଭିଜନ-ଜେଏମଏଫସି) ଓ ଅନୁରୂପ ଭାବେ ୬ ଅତିରିକ୍ତ ସିଭିଲ ଜଜ-ଜେଏମଏଫସି ବିଚାରାଳୟ ଖୋଲାଯିବା ପାଇଁ ଓଡ଼ିଶା ସରକାରଙ୍କ ଆଇନ୍ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ।
କେନ୍ଦୁଝରର ହରିଚନ୍ଦନପୁର, ସମ୍ବଲପୁରର ରେଙ୍ଗାଲୀ, ସୁନ୍ଦରଗଡ଼ର ବରଗାଁ, ଲେଫ୍ରିପଡ଼ା, ବାଲେଶ୍ୱରର ବାଲିଆପାଲ, ବରଗଡ଼ର ଭଟଲିରେ ନୂଆ ଅଦାଲତ ଖୋଲାଯିବ । ଭଦ୍ରକର ତିହିଡ଼ି, ବଲାଙ୍ଗୀରର ପାଟଣାଗଡ଼, କଟକର ବାରଙ୍ଗ, କଣ୍ଟାପଡ଼ା, ଗଜପତିରେ ରାୟଗଡ଼ା, ଗଞ୍ଜାମରେ କୁକୁଡ଼ାଖଣ୍ଡି, ଧରାକୋଟ, ଗଞ୍ଜାମ, ଜଗତସିଂହପୁରର ବାଲିକୁଦା, ଯାଜପୁରର କୋରେଇ, ଧର୍ମଶାଳା ଓ ରସୁଲପୁର, ଝାରସୁଗୁଡ଼ାର କୋଲାବିରା, କନ୍ଧମାଳର ଟିକାବାଲି, କେନ୍ଦ୍ରାପଡ଼ାର ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର, କେନ୍ଦୁଝରର ସାହରପଡ଼ା, ଖୋର୍ଦ୍ଧାର ବାଣପୁର, କୋରାପୁଟର ପଟାଙ୍ଗୀ, ମାଲକାନଗିରିର ଗୋବିନ୍ଦପାଲିରେ ନୂଆ ଅଦାଲତ ପ୍ରତିଷ୍ଠା ହେବ । ଅପରପକ୍ଷରେ ମୟୂରଭଞ୍ଜରେ ବାରିପଦା, ବିଶୋୟୀ, ରାରୁଆଁ,ବାହଳଦା, ପୁରୀର ସତ୍ୟବାଦୀ, ସମ୍ବଲପୁରର କୁଚିଣ୍ଡା, ଗୋବିନ୍ଦପୁର, ଜମନକିରା, ସୋନପୁରର ଉଲଣ୍ଡା, ସୁନ୍ଦରଗଡ଼ର ବାଲିଶଙ୍କରା, କୁଆଁରମୁଣ୍ଡା, ବାଲେଶ୍ୱରର ସିମୁଳିଆ, ବାହନଗା, ଜଗତସିଂହପୁରର ନାଉଗାଁ, କନ୍ଧମାଳର କେ. ନୂଆଗାଁ, ଖଜୁରୀପଦା, ବାଲେଶ୍ୱରର ସୋରୋ ଓ ଜଳେଶ୍ୱର ଏବଂ ଢେଙ୍କାନାଳରେ ନୂଆ ଅଦାଲତ ପ୍ରତିଷ୍ଠା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।