ସଦଗୁରୁଙ୍କୁ ସୁପ୍ରିମ ଆଶ୍ୱସ୍ତି , ମାଡ୍ରାସ ହାଇକୋର୍ଟଙ୍କ ତଦନ୍ତ ନିଦେ୍ର୍ଦଶ ଖାରଜ
ାା ଏଜେନ୍ସି ।ା ନୂଆଦିଲ୍ଲୀ : ସଦଗୁରୁ ଜାଗି ବାସୁଦେବଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି । ଈଶା ଫାଉଣ୍ଡେସନରେ ପୁଲିସ ତଦନ୍ତ ସହ ତାଙ୍କ ବିରୁଦ୍ଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ମାଡ୍ରାସ ହାଇକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ପୁଲିସ ଆଶ୍ରମରେ ତଦନ୍ତ କରିବା ସମ୍ପୂର୍ଣ୍ଣ ରୂପେ ଅନୁପଯୁକ୍ତ । ଆଶ୍ରମରେ ରହୁଥିବା ଝିଅମାନେ ସାବାଳକ । ସେମାନେ ନିଜ ଇଚ୍ଛା ଅନୁସାରେ ସେଠାରେ ରହୁଛନ୍ତୁ । ତେଣୁ ସଦଗୁରୁଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ହୋଇପାରିବ ନାହିଁ, କିମ୍ବା ତାଙ୍କ ଫାଉଣ୍ଡେସନରେ ତଦନ୍ତ କରାଯିବ ନାହିଁ । ପ୍ରକାଶ ଥାଉକି, ଜଣେ ଅବସରପ୍ରାପ୍ତ ପ୍ରଫେସର ଏସ କାମରାଜ ମାଡ୍ରାସ ହାଇକୋର୍ଟରେ ଈଶା ଫାଉଣ୍ଡେସନ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ତାଙ୍କ ଝିଅ ଲତା ଏବଂ ଗୀତାଙ୍କୁ ବିଭିନ୍ନ ପ୍ରକାର କଥାରେ ଭୁଲାଇ ସେମାନଙ୍କୁ ସଦଗୁରୁ ଜାଗି ବାସୁଦେବଙ୍କ କୋଏମ୍ବାଟୁର ଆଶ୍ରମରେ ବନ୍ଧକ ରଖାଯାଇଥିବା ସେ ଅଭିଯୋଗ କରିଥିଲେ ।
ଏନେଇ ସେପ୍ଟେମ୍ବର ୩୦ ତାରିଖରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରି ତାମିଲନାଡୁ ପୁଲିସକୁ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହା ପରଦିନ ଅକ୍ଟୋବର ୧ରେ ୧୫୦ରୁ ଅଧିକ ପୁଲିସ ଆଶ୍ରମ ନିକଟରେ ପହଞ୍ଚି ଖାନତଲାସୀ ଆରମ୍ଭ କରିଥିଲେ । ଏହାକୁ ସଦଗୁରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ । ସୁପ୍ରିକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଅକ୍ଟୋବର ୩ରେ ଶୁଣାଣି କରି ମାଡ୍ରାସ ହାଇକୋର୍ଟଙ୍କ ନିଦେ୍ର୍ଦଶ ଉପରେ ରୋକ୍ ଲଗାଇଥିଲେ । ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୁଲିସ ଆଶ୍ରମରେ କୌଣସି ଯାଞ୍ଚ କରିପାରିବ ନାହିଁ ବୋଲି କହିଥିଲେ । ଆଜି ପ୍ରଧାନ ବିଚାରପତି ଏହାର ଶୁଣାଣି କରି ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି ।