ଆନ୍ଦୋଳନରତ ଡାକ୍ତରମାନଙ୍କୁ କାମକୁ ଫେରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ

ଆନ୍ଦୋଳନରତ ଡାକ୍ତରମାନଙ୍କୁ କାମକୁ ଫେରିବା ପାଇଁ  କହିଛନ୍ତି ସୁପ୍ରିମକୋର୍ଟ

'ମୋତେ ବି ଦିନେ ସରକାରୀ ହସ୍ପିଟାଲର ଚଟ୍ଟାଣ ଉପରେ ଶୋଇବାକୁ ପଡିଥିଲା। ମୋର ଜଣେ ସମ୍ପର୍କୀୟ ଅସୁସ୍ଥ ଥିଲେ।' କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି କିଛି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼।

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି। ଆଜି ସିବିଆଇ ଏହି ମାମଲରେ ସୁପ୍ରିମକୋର୍ଟ ଷ୍ଟାଟର୍ସ ରିପୋର୍ଟ ଦାଖଲ କରିଛି। ଏହାପରେ ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠି ମାମଲାର ଶୁଣାଣି କରିଛନ୍ତି। ଏହି ସମୟରେ ସିଜେଆଇ ନିଜ ସହ ଜଡିତ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।