ଭାଗଚାଷୀଙ୍କୁ ମିଳିବନି କ୍ଷତିପୂରଣ : ସୁରେଶ ପୂଜାରୀ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ । ଭାଗଚାଷୀଙ୍କୁ କ୍ଷତିପୂରଣ ମିଳିବନି କହିଲେ। ଭାଗଚାଷୀଙ୍କ ପାଇଁ ଏଯାଏଁ କୌଣସି ନିୟମ ନାହିଁ। ପୂର୍ବ ସରକାର ଏନେଇ କିଛି ନିଷ୍ପତ୍ତି ନେଇନାହାଁନ୍ତି। କ୍ଷତିପୂରଣ କେବଳ ମୂଳ ଜମି ମାଲିକଙ୍କୁ ମିଳିବ। ଭାଗଚାଷୀଙ୍କୁ ଜମି ମାଲିକ ଆବଣ୍ଟନ କରିବେ । ତେବେ ଏହି ସହାୟତା ୩ରୁ ୪ଦିନ ରେ ମିଳିବାକୁ ଯାଉଛି । ୧୫ ଦିନର କ୍ଷତିପୂରଣ ଦେବେ ବୀମା କମ୍ପାନୀ ।