କେମିତି ବୁଲି ଯିବେ ମା’ ରାମଚଣ୍ଡୀଙ୍କ ପୀଠ?

    କେମିତି ବୁଲି ଯିବେ ମା’ ରାମଚଣ୍ଡୀଙ୍କ ପୀଠ?

ଭୁବନେଶ୍ୱର ଠାରୁ ମାତ୍ର ୫୦ କିମି ଦୂରରେ ମା’ ରାମଚଣ୍ଡୀଙ୍କ ପୀଠ ଅବସ୍ଥିତ  । ଖୋର୍ଦ୍ଧା ଠାରୁ କାଇପଦର କିମ୍ବା ପଲା ତୋଟାପଡ଼ା ରାସ୍ତା ଦେଇ ଏହି ସ୍ଥାନକୁ ଯାଇହେବ  । ସେହିପରି ରଣପୁର ଓ ବେଗୁନିଆ ପଟରେ ବି ଗଡ଼ମାଣତୀରକୁ ପକ୍କା ସଡ଼କ ରହିଛି  ।
ଦ୍ଭମା’ଙ୍କ ପୀଠର ମହିମା
କିମ୍ବଦନ୍ତୀ ଅନୁଯାୟୀ, ତ୍ରେତେୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ବନବାସ ବେଳେ ଏହି ସ୍ଥାନକୁ ଆସିଥିଲେ  । କେତେକଙ୍କ ମତରେ ସେତେବେଳେ ମା’ ବନଦୁର୍ଗା ବା କୁତାମଚଣ୍ଡୀ ଭାବେ ପୂଜିତ ହେଉଥିଲେ  । ସେହି ସମୟରେ ମା’ଙ୍କ ପୂଜା କରୁଥିବା ପୂଜାରୀଙ୍କ ନାମ ଥିଲା ଚଣ୍ଡୀ  । ପ୍ରଭୁ ରାମଚନ୍ଦ୍ର ପୂଜାର୍ଚ୍ଚନା କରିବା ପରେ ମା’ ରାମଚଣ୍ଡୀ ଭାବେ ଖ୍ୟାତି ଅର୍ଜନ କରିଥିଲେ  । ମା’ଙ୍କ ପୀଠକୁ ଯିବା ପାଇଁ ୭୨ଟି ପାହାଚ ଚଢ଼ି ଉପରକୁ ଯିବାକୁ ପଡ଼େ  । ପ୍ରାୟ ୫୦ ଫୁଟର ଏକ ବିଶାଳ ପ୍ରସ୍ତର ଢ଼ଳିକି ରହିଛି  । ଯାହାକି ସମସ୍ତଙ୍କୁ ଚକିତ କରିଦିଏ  । ମା’ଙ୍କୁ ନେଇ ଥିବା ଅନେକ କିମ୍ବଦନ୍ତୀ ମା’ଙ୍କ ମହିମା ବଖାଣିଥାଏ  । ଐତିହାସିକ ତଥ୍ୟ ଅନୁଯାୟୀ, ମା’ ରାମଚଣ୍ଡୀ ହେଉଛନ୍ତି ପାଇକମାନଙ୍କ ଇଷ୍ଟଦେବୀ  ।
ଦ୍ଭକ’ଣ ରହିଛି ?
ପ୍ରାକୃତିକ ବନରାଜିରେ ଭରା ମା’ଙ୍କ ପୀଠ ପର୍ଯ୍ୟଟକମାନଙ୍କୁ ସ୍ୱତଃ ଆକର୍ଷିତ କରିଥାଏ  । ଭକ୍ତମାନେ ମା’ଙ୍କ ଦର୍ଶନ କରି ପୀଠ ନିକଟରେ ଭୋଜିଭାତର ବି ଆସର ଜମାଇଥା’ନ୍ତି  । ଛୋଟ ଛୋଟ ପାହାଡ଼ ଚଢ଼ିବାର ମଜା ବି ନିଆରା  । ମା’ ରାମଚଣ୍ଡୀ ଟ୍ରଷ୍ଟ ପକ୍ଷରୁ ସେଠାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି  । ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଥିବାବେଳେ ଏଠାରେ ଏକ ବଙ୍ଗଳା ବି ରହିଛି  । ଏହାଛଡ଼ା ଅନେକ ଛୋଟ ଛୋଟ ଘର ମଧ୍ୟ ଭଡ଼ାରେ ପର୍ଯ୍ୟଟକମାନଙ୍କୁ ଦିଆଯାଇଥାଏ  । ଚବିଶ ଘଣ୍ଟିଆ ଜଳଯୋଗାଣ, ଟେଣ୍ଟ, ରୋଷେଇଆ ଆଦି ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି  ।