ଦିଲ୍ଲୀ ଏମ୍ସରେ ଅତ୍ୟାଧୁନିକ ସର୍ଜିକାଲ୍ ରୋବଟ୍ ଲଞ୍ଚ

ଦିଲ୍ଲୀ ଏମ୍ସର ଦକ୍ଷତା, ଶିକ୍ଷା ଏବଂ ତାଲିମ କେନ୍ଦ୍ରରେ ଅତ୍ୟାଧୁନିକ ସର୍ଜିକାଲ୍ ରୋବୋଟ୍ ଲଞ୍ଚ କରିଛି । ଏହି ପ୍ରଯୁକ୍ତିବିଦ୍ୟା ଏବେ ଡାକ୍ତର ଏବଂ ଡାକ୍ତରୀ ଛାତ୍ରମାନଙ୍କୁ ରୋବୋଟିକ୍ ସର୍ଜରୀରେ ତାଲିମ ଦେବା ପାଇଁ ବ୍ୟବହାର କରାଯିବ । ଦେଶର ପ୍ରଥମ ସରକାରୀ ମେଡିକାଲ୍ କଲେଜ ଭାବେ ଦିଲ୍ଲୀ ଏମ୍ସରେ ଏହି ରୋବୋଟକୁ ତାଲିମ ପ୍ରଦାନ ପାଇଁ ଉପଲବ୍ଧ କରାଯାଇଛି । ପୂର୍ବରୁ ଡାକ୍ତରମାନଙ୍କୁ ଏପରି ତାଲିମ ପାଇଁ ବିଦେଶକୁ ଯିବାକୁ ପଡୁଥିଲା ଏବଂ ବିପୁଳ ପରିମାଣରେ ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ଦିଲ୍ଲୀ ଏମ୍ସ ଦେଶରେ ଏହି ସୁବିଧା ଉପଲବ୍ଧ କରାଇ ଡାକ୍ତରୀ ଶିକ୍ଷାକୁ ଏକ ନୂଆ ଦିଶା ଦେଖାଇଛି । ସ୍ୱାସ୍ଥ୍ୟ ସେବା ଏବଂ ଆଧୁନିକ ସର୍ଜରୀ ପ୍ରଯୁକ୍ତିବିଦ୍ୟାକୁ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।