ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା ସହର

ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା ସହର

ଝାରସୁଗୁଡ଼ାରେ ପାରଦ ଉପରମୁହାଁ। ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଛି ଝାରସୁଗୁଡ଼ା ସହର। ଆଜି ଝାରସୁଗୁଡ଼ାରେ ୪୬. ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ୪୬ ଡିଗ୍ରୀ ପାର କରିଛି। ଏପ୍ରିଲ ମାସର ଝାରସୁଡ଼ା ତାତି ୧୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ୨୦୧୦ ଏପ୍ରିଲ ୨୦ରେ ଝାରସୁଗୁଡ଼ା ତାତି ୪୬.୧ ଡିଗ୍ରୀ ରହିଥିଲା। ବଢ଼ୁଥିବା ତାତିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାରେ ସ୍କୁଳ ଛୁଟି ଘୋଷଣା କରାଯାଇଛି।