ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ

 ବୌଦ୍ଧ  : ବୌଦ୍ଧ ସମବାୟ ସମିତି ସମୂହ ଉପନିବନ୍ଧକ ଗିରିଶ ଚନ୍ଦ୍ର ପୁରୋହିତଙ୍କ ଅଧ୍ୟକ୍ଷତାରେ ବୌଦ୍ଧ ଆଦର୍ଶ କୃଷି ବଜାର ଠାରେ ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ  ପ୍ରବୀଣ କୁମାର ବାଣୁଆ ଯୋଗ ଦେଇଥିବାବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି ଭି ରାଓ,ଏସଡିଭିଓ ତପନ କୁମାର ଦ୍ୱିବେଦୀ, କନ୍ଧମାଳ ସାଂସଦ ପ୍ରତିନିଧି ସୁବାସ କୁମାର ପ୍ରଧାନ, ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ, ସହକାରୀ ନିବନ୍ଧକ  ଫକୀର ମୋହନ ବାଗ, ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମିତାଶ୍ରୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମବାୟ ଦ୍ୱାରା ସାମଗ୍ରିକ ବିକାଶ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । ଉପ ସହକାରୀ ନିବନ୍ଧକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟାକ୍ରମରେ ସମବାୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, କେନ୍ଦ୍ର ବ୍ୟାଙ୍କ କର୍ମଚାରୀ, ସମସ୍ତ ୪୬ ଗୋଟି ସମିତିର କର୍ମଚାରୀଗଣ ଓ ଆରଏମସି କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ସମବାୟ ନିରୀକ୍ଷକ ସୁଶ୍ରୀ ସ୍ୱର୍ଣ୍ଣଲତା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।