ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ, ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲ ଅଫିସ। ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଚଢ଼ାଉ। ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ଛାନଭିନ୍। ସମ୍ବଲପୁର, ଭୁବନେଶ୍ୱର, ବହ୍ମପୁର ସହ ଆଉ କିଛି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ। ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଚଢାଉ ଜାରି ରହିଛି। ଭୁବନେଶ୍ୱରର ୪ଟି ଘର ଓ ବ୍ରହ୍ମପୁରରେ ଚଢାଉ ଜାରି ରହିଛି। ଚଢାଉରେ ୪ DSP, ୧୦ ଇନ୍ସପେକ୍ଟର ଓ ୪ ASI ଚଢାଉରେ ସାମିଲ୍ ଅଛନ୍ତି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍।