୮ଟି ଦେଶକୁ ଯାତ୍ରା ଉପରେ କଟକଣା

ଥାଇଲାଣ୍ଡ-କାମ୍ବୋଡିଆ ସୀମାରେ ଉତ୍ତେଜନା କମିବାର ନାଁ ନେଉନି । ଗତ ଏଠାରେ  ଗୁରୁବାର ହିଂସାକାଣ୍ଡ ଘଟି ୩୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଥାଇଲାଣ୍ଡ୍‌ର ୨୦ ଜଣ ଓ କାମ୍ବୋଡିଆର ୧୩ ଜଣ ରହିଛନ୍ତି । ସାମ୍ପ୍ରତିକ ଉତ୍ତେଜନାମୂଳକ ପରିସ୍ଥିତିରେ ଥାଇଲାଣ୍ଡ ଓ କାମ୍ବୋଡ଼ିଆରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ସୀମାନ୍ତ ଅଞ୍ଚଳକୁ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି । ବଢୁଥିବା ବିଶ୍ୱ ସଂଘର୍ଷ, ରାଜନୈତିକ ଅସ୍ଥିରତା ଏବଂ ବିଭିନ୍ନ ଅଞ୍ଚଳରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ଭାରତ ତା’ର ନାଗରିକମାନଙ୍କ ପାଇଁ ଏକ ଟ୍ରାଭେଲ ଆଡଭାଇଜରି ଜାରି କରିଛି, ଯେଉଁଥିରେ ଏଭଳି ସଙ୍କଟ ଥିବା ଦେଶଗୁଡ଼ିକୁ ଭ୍ରମଣ କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି । ନିମ୍ନରେ ପ୍ରଦତ୍ତ ୮ଟି ଦେଶଗଡ଼ିକ ଭ୍ରମଣ କରୁଥିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।