ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ସଂସ୍କୃତି ବିଶ୍ୱବିଦ୍ୟାଳୟ ଜୈନ ଚେୟାର ଆନୁକୂଲ୍ୟରେ "ଅହିଂସା: ସାମ୍ପ୍ରତିକ ସମୟର ଆବଶ୍ୟକତା’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ନିଜର ଅଭିଭାଷଣରେ ଶ୍ରୀ ସେଠୀ ଆଜିର ଯୁଗରେ ଅହିଂସାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି ଜାତୀୟ ଆଲୋଚନାଚକ୍ର ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବିତ କରୁବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନାମିକା ଅଧିକାରୀ ଆନୁଷ୍ଠାନିକ ଭାବେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜୈନ ଚେୟାରର ସଂଯୋଜିକା ଡ. ସୁଚିତ୍ରା ଦାସ ଆଲୋଚନାଚକ୍ରର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଉକôଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀ ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ଅଭିଭାଷଣରେ ସତ୍ୟ ଓ ପ୍ରେମର ମୂଳମନ୍ତ୍ର ଭାବେ ଅହିଂସାକୁ ଆପଣେଇବା ସହ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଅହିଂସାର ଶକ୍ତି ସଂପର୍କରେ ସମଗ୍ର ବିଶ୍ୱ ଯେଉଁଭଳି ଭାବେ ଅଭିମନ୍ତ୍ରିତ ହୋଇଥିଲା ସେ ସଂପର୍କରେ ମତବ୍ୟକ୍ତ କରିଥିଲେ । ଏହି ଆଲୋଚନା ଚକ୍ରରେ ଚାରୋଟି ଅଧିବେଶନରେ ପ୍ରଫେସର ଦାଶ ବେନୁହୁର, ପ୍ରଫେସର କୁମରବର ଦାସ, ଡ. ଶୈଳଜ ରବି, ପ୍ରଫେସର କଲ୍ୟାଣୀ ଷଡ଼ଙ୍ଗୀ, ଡ. ଯୋଗେନ୍ଦ୍ର ଜୈନ, ଡ. ଅମ୍ରିତ ପ୍ରଜ୍ଞା ପ୍ରମୁଖ ଅହିଂସା ସଂପର୍କରେ ସେମାନଙ୍କ ପ୍ରବନ୍ଧ ଉପସ୍ଥାପନ କରିଥିଲେ ।