ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ


ାା ପ୍ରଭାନୁ୍ୟଜ୍ ।ା ଜଟଣୀ: ଜଟଣୀ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ବାସ କରୁଥିବା ବଡ଼ ନୁଆଗାଁ ମୂଳବାସିନ୍ଦା ସମାଜସେବୀ ସୀତାକାନ୍ତ ଶତପଥୀଙ୍କ ଭ୍ରାତା ଲକ୍ଷ୍ମୀକାନ୍ତ ଶତପଥୀଙ୍କର (୮୩) ବର୍ଷ ବୟସରେ ନିଜ ବାସଭବନରେ ରବିବାର ପରଲୋକ ହୋଇଯାଇଛି । ତାଙ୍କ ଦେହାନ୍ତ ଖବର ପାଇ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ବିଶ୍ୱରଞ୍ଜନ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ପହଞ୍ଚି ମରଶରୀରର ଶେଷ ଦର୍ଶନ କରିଥିଲେ । ନିଜ ଗ୍ରାମରେ ଥିବା ବ୍ରାହ୍ମଣ ଶ୍ମସାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।