ଉଷା ପାଢ଼ୀଙ୍କ ନାଁ ନେଇ ସାଇବର ଠକେଇ !
ଭୁବନେଶ୍ୱର : ସାଇବର ଠକମାନେ ଠକେଇର ନୂଆ ତରିକାମାନ ଆପଣାଇ ଚାଲିଛନ୍ତି । ଏପରିକି ବରିଷ୍ଠ ଆଇଏଏସ ଅଫିସର ଉଷା ପାଢ଼ୀଙ୍କ ନାଁରେ ବି ଠକେଇ ଉଦ୍ୟମ କରିଛନ୍ତି । ଯାହାକୁ ନେଇ ଶ୍ରୀମତୀ ପାଢ଼ୀ ପୁଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏକ୍ସ ଯୋଗେ ସେ ଡିଜିପିଙ୍କୁ ଅବଗତ କରିଥିବାବେଳେ ସାଇବର ଠକଙ୍କ ଜାଲରେ ନପଡ଼ିବା ପାଇଁ ଅନୁରୋଧ କରିଛନ୍ତି ।
ଉଷା ପାଢ଼ୀ ଏକ୍ସରେ ଉଲ୍ଲେଖ କରିଛନ୍ତିଯେ, +୯୪ ୭୮୫୨୨୨୪୩୯୭ ହ୍ୱାଟସଆପ ନମ୍ବରରେ ମୋ ଫଟୋ ଲଗାଇ ଅନ୍ୟମାନଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି । ଏଭଳି ସାଇବର ଫ୍ରଡ଼ଙ୍କ ଜାଲରେ ନପଡ଼ିବାକୁ ସେ କହିବା ସହ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି ।