ବାସ୍ତୁରେ ଗାଧୁଆ ଘର, ଧ୍ୟାନ ଦିଅନ୍ତୁ

ବାସ୍ତୁରେ ଗାଧୁଆ ଘର, ଧ୍ୟାନ ଦିଅନ୍ତୁ

ବାସ୍ତୁଶାସ୍ତ୍ରରେ ଗାଧୁଆ ଘରର ମହତ୍ୱ ବି ବେଶ୍ ଅଧିକ । ଘର ଭିତରେ ଥିବା ବାସ୍ତୁ ଦୋଷର କାରଣ ବି ହେଇପାରେ ଅସଜଡ଼ା ଗାଧୁଆ ଘର । ଯଦି ଗାଧୁଆ ଘରର ଏହି ବାସ୍ତୁଦୋଷକୁ ଧ୍ୟାନ ନଦିଆଯାଏ ତେବେ ପାରିବାରିକ ସମସ୍ୟା ଲାଗିରହେ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ...

 ନୀଳ ରଙ୍ଗର ବାଲ୍ଟି ରଖନ୍ତୁ: ନୀଳ ରଙ୍ଗକୁ ସୁଖ-ସମୃଦ୍ଧିର ପ୍ରତୀକ ବୋଲି ବିବେଚନା କରାଯାଏ । ବାସ୍ତୁରେ ଏହି ରଙ୍ଗର ଗୁରୁତ୍ୱ ମଧ୍ୟ ଅଧିକ । ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ବାଥ୍ରୁମ୍ରେ ନୀଳ ରଙ୍ଗର ବାଲ୍ଟି ରଖିବା ଶୁଭଦାୟକ । ଗାଧୁଆ ଘରେ ଥିବା ବାଲ୍ଟି କେବେ ଖାଲି ନରଖି ସର୍ବଦା ପରିଷ୍କାର ପାଣି ଭର୍ତ୍ତି କରି ରଖନ୍ତୁ । ଏମିତି କରିବା ଦ୍ୱାରା ପରିବାରରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବଜାୟ ରୁହେ ।
 କବାଟ ବନ୍ଦ ରଖନ୍ତୁ: ଦିନରେ ଯେତେଥର ବି ଗାଧୁଆ ଘରର ବ୍ୟବହାର କରନ୍ତୁ ନା କାହିଁକି ଏହାର କବାଟ ବନ୍ଦ କରନ୍ତୁ । କାରଣ ବାଥ୍ରୁମ୍ର କବାଟ ଖୋଲା ରଖିବା ଅନୁଚିତ୍ । ଯଦି ଶୋଇବା ଘର ସହ ସଂଲଗ୍ନ ହୋଇ ଗାଧୁଆ  ରହିଥାଏ ତେବେ ଗାଧୁଆ ଘର କବାଟରେ ପରଦା ଲଗାଇଦେବା ଆବଶ୍ୟକ । 
ଦର୍ପଣର ସଠିକ୍ ଦିଗ ନିର୍ଣ୍ଣୟ: ଯଦି ଆପଣଙ୍କ ଗାଧୁଆ ଘରେ ଦର୍ପଣ ଲାଗିଛି ତାହେଲେ ଏହା କବାଟର ଠିକ୍ ସାମ୍ନାରେ ନରହିବା ଆବଶ୍ୟକ । ବାସ୍ତୁ ଅନୁଯାୟୀ, ଯେତେବେଳେ ବି ଗାଧୁଆ ଘର ଖୋଲାଯାଏ ସେତେବେଳେ ନକାରାତ୍ମକ ଶକ୍ତି ଏହା ଭିତରକୁ ପ୍ରବେଶ କରିଥାଏ । ତେଣୁ ଯଦି କବାଟର ଠିକ୍ ସାମ୍ନାରେ କାଚ ରହିଥାଏ ତାହା ଉପରେ ନକାରାତ୍ମକ ପ୍ରଭାବ ପ୍ରତିଫଳିତ ହୋଇ ଘର ଭିତରକୁ ପ୍ରବେଶ କରେ ।