ମାନନ୍ତୁ ଏହି ବାସ୍ତୁ ନିୟମ ,ନଚେତ୍‌ ହେବ ଧନହାନୀ 


ଘରେ ଆର୍ଥିକ ସ୍ଥିତିରେ ସମସ୍ୟା ଲାଗି ରହୁଛି କି? ବାସ୍ତୁ ଅନୁଯାୟୀ, ଘରର ପ୍ରତ୍ୟେକ ଅଂଶ ମହତ୍ତ୍ୱ ପୂର୍ଣ୍ଣ । ଶୟନ କକ୍ଷ, ରୋଷେଇ ଘର ଭଳି ଗାଧୁଆଘରର ମଧ୍ୟ ମହତ୍ତ୍ୱ ରହିଛି । ତେବେ ଏଭଳି କେତେକ ଜିନିଷ ରହିଛି, ଯାହାକୁ ଗାଧୁଆ ଘରେ ରଖିବା ଉଚିତ୍‌ ନୁହେଁ ।  ବାସ୍ତୁ ଶାସ୍ତ୍ର ଅନୁସାରେ ଗାଧୁଆ ଘରେ କଦାପି ଛିଣ୍ଡା ଚପଲ ରଖନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।  ଗାଧୁଆ ଘରେ କଦାପି ଓଦା ଲୁଗା ରଖନ୍ତୁ ନାହିଁ । ଓଦା ବସ୍ତ୍ର ରଖିବା ଦ୍ୱାରା ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ହେବା ସହ ସୂର୍ଯ୍ୟ ଦୋଷ ଲାଗି ଥାଏ । ଏହାଛଡା ଭଙ୍ଗା କାଚ କିମ୍ବା ଭଙ୍ଗା ଆଇନା ରଖନ୍ତୁ ନାହିଁ । ଏହାଦ୍ୱାରା ଅର୍ଥାଭାବ ହୋଇଥାଏ । ଗାଧୁଆ ଘରେ ଖାଲି ବାଲଟି କଦାପି ରଖନ୍ତୁ ନାହିଁ । ସର୍ବଦା ପାଣି ଭର୍ତ୍ତି କରି ରଖନ୍ତୁ । କଳରୁ ସର୍ବଦା ଟପଟପ୍‌ ପାଣି ପଡିବା ମଧ୍ୟ ଶୁଭ ନୁହେଁ । ଏହାକୁ ତୁରନ୍ତ ଠିକ୍‌ କରି ଦିଅନ୍ତୁ ନଚେତ୍‌ କାଙ୍ଗାଳ କରି ଦେଇଥାଏ ।