ଶରୀରରୁ ଅଧିକ ଝାଳ ବାହାରୁଥିଲେ, ସାବଧାନ
ଶରୀରରୁ ଝାଳ ବୋହିବା ସାଧାରଣ କଥା । ମାତ୍ର ଆବଶ୍ୟକତା ଠାରୁ ନିୟମିତ ଅଧିକ ଝାଳ ବୋହିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ବିଶେଷଜ୍ଞଙ୍କ ମତାନୁସାରେ ଏହା ହାଇପରଡ୍ରିସୋସିସ୍ର ସଙ୍କେତ ହୋଇପାରେ । ଯାହା ଦ୍ୱାରା ହୃଦଘାତର ହେବାର ମଧ୍ୟ ଆଶଙ୍କା ଥାଏ । ଯଦି ଆପଣଙ୍କର ଆବଶ୍ୟକତା ଠାରୁ ଅଧିକ ଝାଳ ନିର୍ଗତ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଅତ୍ୟଧିକ ଝାଳ ବୋହିବା ଦ୍ୱାରା ଶରୀରରେ ଜଳୀୟ ଅଂଶର ଅଭାବ ହୋଇଥାଏ ।ଏହାସହ ବ୍ରେନ୍ ଷ୍ଟ୍ରୋକ୍ ହେବାର ମଧ୍ୟ ସମ୍ଭାବନା ଥାଏ । ଶରୀରରୁ ଅଧିକ ଝାଳ ବୋହିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କାରଣରେ ଶରୀରରୁ ସୋଡିୟମର ମାତ୍ରା ହ୍ରାସ ପାଇଥାଏ । ଏହାର ସିଧାସଳଖ ପ୍ରଭାବ କିଡନୀ ଉପରେ ପଡିଥାଏ ।ଅତ୍ୟଧିକ ଝାଳ ବୋହିବା କେତେକ ମାରାତ୍ମକ ରୋଗର ସଙ୍କେତ ହୋଇପାରେ । ଏହାଦ୍ୱାରା ବାନ୍ତି ମଧ୍ୟ ହୋଇପାରେ । କାରଣ ଶରୀରରେ ଜଳ ସହ ସୋଡିୟମର ମାତ୍ରା ମଧ୍ୟ ହ୍ରାସ ପାଇଥାଏ ।