ଅକ୍ଷୟ ତୃତୀୟାରେ ଏହି ରାଶିଙ୍କ ଭାଗ୍ୟରେ ହେବ ଶୁଭ

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ଦିନ ବହୁତ ଶୁଭ। ଏହି ଦିନ ଭଗବାନ ବିଷ୍ଣୁ, ମାଆ ଲକ୍ଷ୍ମୀ ଏବଂ କୁବେର ଦେବଙ୍କୁ ସମର୍ପଣ କରାଯାଇଥାଏ। କୁହାଯାଏ ଯେ, ଏହି ଦିନ ଶ୍ରଦ୍ଧା ଭାବରେ ପୂଜା କଲେ ଅକ୍ଷୟ ଫଳ ପ୍ରାପ୍ତ ହୋଇଥାଏ। ଅକ୍ଷୟ ତୃତୀୟା ଶୁଭ ସଂଯୋଗ: ଜ୍ୟେତିଷ ଗଣନା ଅନୁସାରେ, ଅକ୍ଷୟ ତୃତୀୟା ଦିନ ମୀନ ରାଶିରେ ବୁଧ, ଶନି, ଶୁକ୍ର ଏବଂ ରାହୁ ବିରାଜମାନ କରିବେ। ଏଥିରେ ଲକ୍ଷ୍ମୀ ନାରାୟଣ ଯୋଗର ଗଠନ ହେଉଛି। ଏହା ବ୍ୟତୀତ ଚନ୍ଦ୍ରମା ବୃଷ ରାଶିରେ ବିରାଜମାନ ଅଛନ୍ତି। ଏଥିସହ ଏହି ଦିନ ରବି ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ଗଠନ ହେଉଛି।
ଏହି ରାଶିମାନଙ୍କର ଆରମ୍ଭ ହେବ ଗୋଲ୍ଡେନ ଟାଇମ: ଅକ୍ଷୟ ତୃତୀୟା ଦିନ ବୃଷ ରାଶିର ଲୋକେ ଭାଗ୍ୟବାନ ପ୍ରମାଣିତ ହୋଇପାରନ୍ତି। ଜ୍ୟେତିଷ ଗଣନା ଅନୁସାରେ, ଏହି ସମୟରେ ବୃଷ ରାଶି ଉପରେ ମାଆ ଲକ୍ଷ୍ମୀଙ୍କ ଅସୀମ କୁପା ବର୍ଷିପାରେ।
ଏଥିରେ ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ବଡ଼ ସଫଳତା ହାସଲ ହୋଇପାରେ। ଆପଣଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ, ଯେଉଁଥିରେ ଉଚ୍ଚ ଅଧିକାରୀ ଆପଣଙ୍କୁ ଅନେକ ବଡ଼ ଦାୟିତ୍ୱ ଦେଇପାରନ୍ତି।
ଆପଣଙ୍କ ପାଇଁ ଏହି ଦିନ ଶୁଭ ପ୍ରମାଣିତ ହୋଇପାରେ। ଏହି ସମୟରେ ଆପଣ କ୍ୟାରିୟରରେ ଉନ୍ନତି କରିପାରନ୍ତି। ସେହିପରି ଚାକିରି କାରିଥିବା ଲୋକଙ୍କ ପାଇଁ ଏହା ଲାଭ ହୋଇପାରେ।
ଏଥିସହ ବେରୋଜଗାରଙ୍କୁ ରୋଜଗାର ମିଳିପାରେ। ଏଥିରେ ଆର୍ଥିକ ସ୍ଥିତି ଆପଣଙ୍କର ସୁଧୁରିପାରେ। ଏହା ବ୍ୟତୀତ ମାଆ-ବାପାଙ୍କ ସହ ଭଲ ସଂପର୍କ ରହିବ।
ଆପଣଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ରହିବ। ଏହି ସମୟରେ ମୀନ ରାଶିଙ୍କ ଜୀବନରେ ଅନେକ ବଡ଼ ବଡ଼ ଖୁସି ଖବର ଆସିପାରେ। ଚାକିରିରରେ ଲାଭ ମିଳିପାରେ। ନୂଆ ସଂପତ୍ତି ତଥା ଗାଡ଼ି ଆପଣ କିଣିପାରନ୍ତି। ଅନେକ ଦିନରୁ ଅଟକିଥିବା ଧନ ଆପଣ ପୁନଶ୍ଚ ପାଇପାରନ୍ତି। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।